ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ କୃଷି କ୍ରାନ୍ତି ଅଭିଯାନର ଶୁଭାରମ୍ଭ

0 101

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତର ଅଣ୍ଟାସର ଗ୍ରାମରେ ମହିଳା ଜନ ସୁରକ୍ଷା ମଞ୍ଚ ପକ୍ଷରୁ କୃଷି କ୍ରାନ୍ତି ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ଦ୍ୱାରା ହୋଇଥିଲା । ଏହି କୃଷି କ୍ରାନ୍ତି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଲା ଚାଷୀ ଧାନ ଚାଷ ପରେ ପାଣିର ଅଭାବ ଲାଗି ଜମିରେ କୌଣସି ଚାଷ କରିପାରେ ନାହିଁ । ଏଣୁ ସରକାରଙ୍କ ଦ୍ୱାରା ଆସୁଥିବା ସାହାଯ୍ୟ/ସହାୟତା ଯଥା ଦ୍ୱିତୀୟ ଫସଲ ନିମନ୍ତେ ବିନା ଜଳସେଚନରେ ହେଉଥିବା ଚାଷ ଯଥା ମୁଗ, ବିରି, କଳଥ, କାନ୍ଦୁଲ ଚାଷୀକୁ ଠିକ ସମୟରେ ଓ ଠିକ ପରୀକ୍ଷଣରେ ଯୋଗାଇ ଦେଲେ ଚାଷୀ ଦ୍ୱିତୀୟ ଫସଲ ଅମଳ କରିପାରିବେ ଯାହା ଦ୍ୱାରା ଚାଷୀ ନିଜର ପରିବାରର ପ୍ରତିପୋଷଣ କରିବାରେ ସାହାଯ୍ୟ ପାଇପାରିବେ । ଏହି କାର୍ଯ୍ୟକ୍ରମ ମହିଳା ଜନ ସୁରକ୍ଷା ମଞ୍ଚର ନନ୍ଦାହାଣ୍ଡି ବ୍ଲକ କୋଡିନେଟର ଅନିତା ଖରା ପରିଚାଳନା କରିଥିବା ବେଳେ ବ୍ଲକର ଜନ ସାଥି ରିତେଶ ମାଝୀ , ରମେଶ ହରିଜନ, ଅଭିମନ୍ୟୁ ଗୌଡ଼ , ଗ୍ରାମର ୱାର୍ଡ୍‌ ମେମ୍ବର ନବୀନ ଗରଡା ଓ ଗ୍ରାମବାସୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − 11 =