ଗଜପତି ଜିଲ୍ଲା ମିଳିତ ଶିକ୍ଷକ ସମନ୍ୱୟ ସମିତିର ୩ଦଫା ଦାବିପତ୍ର

0 97

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜ ନହର ଛକ ଠାରୁ ଗଜପତି ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଓଡ଼ିଶାର ଡାକରା କ୍ରମେ ପାରଳାଖେମୁଣ୍ଡି ଶାଖା ତରଫରୁ ସଭାପତି ସୁମନ୍ତ ଚିନ୍ତାଡା ଓ ସମ୍ପାଦକ ମନୋଜ ଗନ୍ତାୟତଙ୍କ ନେତୃତ୍ୱରେ ତିନି ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ଗୁଡିକ ହେଲା ପ୍ରାଥମିକ ଶିକ୍ଷାରେ ଠିକା ନିଯୁକ୍ତି ଉଚ୍ଛେଦ, ଶିକ୍ଷା ସହାୟକ କାର୍ଯ୍ୟ କାଳର ୬ ରୁ ୮ ବର୍ଷ ସମୟର ମୂଳ ଚାକିରୀରେ ଗଣନା ସହ ୬ ଟି ନ୍ୟାସନାଲ ଇକ୍ରିମେଣ୍ଟ ପ୍ରଦାନ,ସମସ୍ତ ଶିକ୍ଷକ ମାନଙ୍କୁ ୩୫, ୪୦୦ କେନ୍ଦ୍ରୀୟ ହାରରେ ଚାକିରୀ ଆରମ୍ଭରୁ ଦରମା ପ୍ରଦାନ ଓ ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ଉଲ୍ଲେଖ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦାବିପତ୍ର ଗ୍ରହଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 + 15 =