ଅଙ୍ଗନୱାଡି କେନ୍ଦ୍ରଗୁଡିକର ଶୋଚନୀୟ ଅବସ୍ଥା, ବିପଦସଂକୁଳ ଗୃହରେ ଚାଲିଛି ପ୍ରାକ୍‌ ଶିକ୍ଷା

0 178

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଶୋଚନୀୟ ଭାବେ ପଡିରହିଛି ପୁରୁଣା ଅଙ୍ଗନୱାଡି କେନ୍ଦ୍ର । ଫଳରେ ଦୟନୀୟ ଭାବେ କୋମଳମତି ଶିଶୁଙ୍କୁ ଦିଆଯାଉଛି ପ୍ରାକ ଶିକ୍ଷା । ଅନ୍ୟପଟେ ନୂତନ କେନ୍ଦ୍ର ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ କେତେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ନୂତନ କୋଠା ନିର୍ମାଣ ବଦଳରେ ଅଧପାଆନ୍ତିରିଆ ଭାବେ ପଡିରହିଛି । ଯାହାକି କୋମଳମତି ଶିଶୁ ମାନେ ପୁରୁଣା ଘର, କ୍ଳବ ଘର ଏପରିକି କେନ୍ଦ୍ର ନଥିବାରୁ ଅଙ୍ଗନବାଡି କର୍ମଙ୍କ ଘରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଉଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଥାଉକି ବ୍ଲକର ତିଳେଶ୍ୱର ପଞ୍ଚାୟତର ତାକୁଡ଼ କେନ୍ଦ୍ରରେ ଅଙ୍ଗନବାଡି କେନ୍ଦ୍ର ଶୋଚନୀୟ ଅବସ୍ଥା ଯୋଗୁଁ ସରକାରଙ୍କ ପକ୍ଷରୁ ନୂତନ କୋଠା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । କିନ୍ତୁ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଅଧପନ୍ତିରିଆ ଭାବେ ଆଜି ପର୍ଯ୍ୟନ୍ତ ପଡି ରହିବା ଫଳରେ ଉକ୍ତ କେନ୍ଦ୍ରର ପିଲାମାନେ ଖୋଦ ଅଙ୍ଗନବାଡି ଦିଦିଙ୍କ ଘର ଆସି କେବଳ ରନ୍ଧା ଖାଦ୍ୟ ଖାଇ ଘରକୁ ଫେରୁଥିବା ବେଳେ ଶିକ୍ଷା କଥା କିଏ ପଚାରେ ବୋଲି ଅଭିବାବକ କହନ୍ତି । ଅନ୍ୟପଟେ ଖଜୁରିଆ କେନ୍ଦ୍ରର ସମାନ ଅବସ୍ଥା ହୋଇଥିବା ବେଳେ ପୁରୁଣା କେନ୍ଦ୍ରରେ ଚାଲିଛି ପ୍ରାକ ଶିକ୍ଷା । ଆଜକୁ ୪ମାସ ହେଲା ନୂତନ ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ବିଭାଗୀୟ ଅବହେଳା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିବା ସାଧରଣରେ ଅଭିଯୋଗ ହେଉଛି । ସେହିପରି ବୁରୁବୁଡା କେନ୍ଦ୍ରରେ ଯନ୍ତ୍ରୀ, ଠିକାଦାରଙ୍କ ଅବହେଳା ଯୋଗଁ ଅଙ୍ଗନବାଡିର ଅଧପନ୍ତରିଆରେ ପଡ଼ିଥିବାରୁ କୋମଳମତି ପିଲାଙ୍କୁ ସ୍ଥନୀୟ କ୍ଳବ ଘର ପାଠ ପଢ଼ାଯାଉଥିବା କୁହାଯାଉଛି । ତିଳେଶ୍ୱର ଅଙ୍ଗନବାଡି-୧ର ନୂତନ ଗୃହ ଆବଶ୍ୟକ ଥିଲେ ମଧ୍ୟ ସରକାରଙ୍କ କୌଣସି ଅନୁଦାନ ଆସିନଥିବାରୁ ତାହା ମଧ୍ୟ ପୁରୁଣା କେନ୍ଦ୍ରରେ ଚାଲିଛି । ଅନ୍ୟପଟେ ରାମଗଡ ପଞ୍ଚାୟତ ମହିବାହାଲ ନୂତନ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଆଡେନିଗଡ଼ ପଞ୍ଚାୟତରେ ନୂତନ କେନ୍ଦ୍ର ମାନ ନିର୍ମାଣ ହୋଇଛି । କିନ୍ତୁ ଏଠାରେ ଯନ୍ତ୍ରୀ ଓ ଠିକାଦାର ଙ୍କ ଅବହେଳା ହେତୁ ନିର୍ମାଣ କାର୍ଯ୍ୟ ପ୍ରାୟ ସରିଥିଲେ ମଧ୍ୟ ବିଦ୍ୟୁତ ଓ ପାଣି ସଂଯୋଗ ହୋଇ ନଥିବାରୁ ତାହା କାର୍ଯ୍ୟରେ ଲାଗିପାରୁନଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି । ଏକ ପ୍ରକାର ଦେଖିବାକୁ ଗଲେ ବ୍ଲକର ଅନେକ ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ଏଭଳି ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ କେତେକ ସ୍ଥାନରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ପଡିରହିଛି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

9 + seven =