ପୁରୀ: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୫ ଦିନିଆ ଓଡିଶା ଗସ୍ତ ଅବସରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ।ଦର୍ଶନ ପରେ ଭାବବିହ୍ବଳ ହୋଇଛନ୍ତି ଏସ ଜୟ ଶଙ୍କର । ଜୟ ଜଗନ୍ନାଥ କହି ନିଜର ପ୍ରତିକ୍ରିୟା ରଖିବା ସହ ଓଡ଼ିଶା ଉପରେ ସ୍ବତନ୍ତ୍ର ଫୋକସ୍ ରହିଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାର ଯଥାସମ୍ଭବ ପ୍ରବାସୀ ଭାରତୀୟଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି। ସିଂହଦ୍ୱାର ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ୱାଗତ କରାଯାଇଥିଲା ।ଏହାପରେ ସେ ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ ରେ ଯାଇଛନ୍ତି । ୫ ଦିନିଆ ଗସ୍ତରେ କୋଣାର୍କ ସୂର୍ଯ୍ୟ ମନ୍ଦିର , ଧଉଳି ସ୍ତୁପ ଆଦି ସ୍ଥାନ ପରିଦର୍ଶନ କରୁଛନ୍ତି ।