ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

0 139

ନବରଙ୍ଗପୁର: ସଡକ ସୁରକ୍ଷା ସପ୍ତାହ ୨୦୨୪ ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଏଥିପାଇଁ ସଡକ ସୁରକ୍ଷା ଆଇନକୁ କଡାକଡି ଭାବରେ ପାଳନ କରିବା ପାଇଁ ଏବଂ ଜନସାଧାରଣଙ୍କୁ ଏଥି ନିମନ୍ତେ ବ୍ୟାପକ ସଚେତନ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଏହି ଅବସରେ ଆଜି ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରା ରଥର ଶୁଭାରମ୍ଭ କରିଥିଲେ ଏବଂ ସଡ଼କ ସୁରକ୍ଷା ସପ୍ତାହ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରିବା ସହିତ ସମସ୍ତେ ସରକାରଙ୍କର ସଡ଼କ ସୁରକ୍ଷା ନିୟମକୁ ମାନି ଗାଡି ଚଳେଇବା, ଟ୍ରାଫିକ ନିୟମ ମାନିବା, ଦ୍ରୁତଗତି ମହାବିପତିରୁ ନିଜକୁ ସୁରକ୍ଷିତ ରଖିବା ଏବଂ ଅନ୍ୟକୁ ସୁରକ୍ଷା ଦେବାରେ ସଚେତନ ହେବା ପାଇଁ ଜିଲ୍ଲାପାଳ ଡକ୍ଟର ମିଶ୍ର ପରାମର୍ଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନବୀନ ଚନ୍ଦ୍ର ନାୟକ, ଆଂଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ସହକାରୀ ଜିଲ୍ଲାପାଳ ବିନାୟକ ଖାଡଙ୍ଗା ଜିଲ୍ଲା କ୍ରୀଡା ଅଧିକାରୀ ଏ. ଶ୍ରୀନୁ, ବିଭାଗୀୟ ଅଧିକାରୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଅଧତ୍କାରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ ।

hiranchal ad1
Leave A Reply

Your email address will not be published.

fourteen − ten =