ଅଲାରନାଥ ଅଣସରର ତୃତୀୟ ଦିନରେ ଶ୍ରଦ୍ଧାଳୁ ଆଣିଲେ ଫୁଲ ତୁଳସୀର ଭାର

0 119

ପୁରୀ : ଅଣସରର ତୃତୀୟ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗିରହିଛି । ରାତ୍ରି ୪ଟାରୁ ଦ୍ୱାର ଫିଟା ହୋଇ ମଙ୍ଗଳ ଆଳତି, ତଡ଼ପ ଲାଗି ହେବାପରେ ସକାଳ ୫ଟା ରେ ଗୋପାଳ ବଲ୍ଲଭ ପରେ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ଭକ୍ତମାନେ ଶୃଙ୍ଖଳିତ ଭାବରେ ଲାଇନ୍‌ରେ ଯାଇ ମହାପ୍ରଭୁଙ୍କ ଅଣସର ବେଶକୁ ଦର୍ଶନ କରୁଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କ ଦ୍ୱାରା ଫୁଲ ତୁଳସୀର ଭାର ପହଂଚିଛି । ସୁଦୂର ଢେଙ୍କାନାଳ ଜିଲ୍ଲାରୁ ଚିତ୍ରକୁ ବାବା ଫୁଲ ତୁଳସୀର ଭାର ଆଣି ପହଂଚିଛନ୍ତି । ଅପରପକ୍ଷରେ ଶ୍ରୀମନ୍ଦିରର ଅଣସର ଗୃହରେ ଦଇତାପତି ସେବକଙ୍କ ଦ୍ୱାରା ଗୁପ୍ତ ନୀତି ଚାଲୁରହିଛି । ଆଜି ସକାଳୁ ଗୈଡିଅ ବୈଷ୍ଣବ ସମ୍ପ୍ରଦାୟର ଭକ୍ତମାନେ ଦର୍ଶନ ନିମନ୍ତେ ଅଧିକ ପହଂଚିଛନ୍ତି ।

hiranchal ad1
Leave A Reply

Your email address will not be published.

two + three =