କୁଖ୍ୟାତ ଚୋର ପୋଲିସ ପଞ୍ଝାରେ, ଚୋରି ସାମଗ୍ରୀ ଜବତ

0 75

ରାଉରକେଲା : ସେକ୍ଟର-୧୫ ଥାନା ଅଞ୍ଚଳରେ ହେଉଥିବା କ୍ରମାଗତ ଚୋରିର ପର୍ଦ୍ଦାଫାସ କରିଛି ପୋଲିସ । ସେକ୍ଟର-୧୫ ଅଞ୍ଚଳରେ ହେଉଥିବା ଚୋରି ହେଉଥିଲା । ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେଲା ପରେ ମଧ୍ୟ ପୋଲିସ ହାତ ଖାଲି ଥିଲା । ବାରମ୍ବାର ଚୋରିକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା । ଘଟଣାର ତଦନ୍ତ ଚାଲିଥିଲା ବେଳେ ପୋଲିସ ଗତକାଲି ଚାରିଟି ଚୋରି ମାମଲାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି । ସେକ୍ଟର-୧୫ ଥାନା ପୋଲିସ ଘଟଣାର ତଦନ୍ତ କରି ଚୋରକୁ ଗିରଫ କରିବା ସହିତ ତା ପାଖରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସମେତ ଲାପଟପ୍‌, କ୍ୟାମେରା ଜବତ କରିଛି । ଗିରଫ ଯୁବକଙ୍କ ନାମ ରାହୁଲ ରାୟ । ସେ ଛେଣ୍ଡ ଥାନା ଅନ୍ତର୍ଗତ ପ୍ରଧାନପାଲୀ ସ୍ଥିତ ବାଙ୍କିଆ କଲୋନୀର ବାସିନ୍ଦା । ପୁଲିସ ଅଭିଯୁକ୍ତ ପାଖରୁ ଦୁଇହଳ ରୂପା ଝୁଣ୍ଟିଆ, ୬ ହଳ ରୁପା ପାଉଁଜି, ଗୋଟିଏ ବାଇକ୍‌, ତିନିଟି ଲାପଟପ୍‌, ଗୋଟିଏ ଡିଜିଟାଲ କ୍ୟାମେରା, ୩ ହଳ ସୁନା କାନଫୁଲ, ଦୁଇଟି ନାକଫୁଲ, ଦୁଇଟି ସୁନାହାର, ତିନିଟି ସୁନାମୁଦି, ଦୁଇଟି ସୁନା ଲକେଟ, ୫ ହଳ ସୁନା କାନଫୁଲ, ଗୋଟିଏ ସୁନାଚେନ୍‌ ଓ ନଗଦ ୧୮ ହଜାର ଟଙ୍କା ଜବତ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ସେକ୍ଟର ୧୫ ଥାନା ଅଞ୍ଚଳରେ ଥିବା ସେକ୍ଟର-୧୭ କ୍ୱାର୍ଟର୍ସ ନଂ. ଏ/୪୨ ରୁ ଦୁଇଟି ଲାପଟପ୍‌, ୬ ହଳ ସୁନା କାନଫୁଲ, ୪ ଟି ସୁନାମୁଦି, ନାକଫୁଲ, ଦୁଇଟି ସୁନା ଲକେଟ ଓ ଗୋଟିଏ ସୁନା କଏନ୍‌ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ସେକ୍ଟର-୧୫ କ୍ୱାର୍ଟର୍ସ ନଂ, ଏ/୧୮୯ ଘରୁ ସୁନାଗହଣା ସମେତ ନଗଦ ୫୨ ହଜାର ଟଙ୍କା ଚୋରି ହୋଇଥିଲା । ଅନ୍ୟ ଏକ ଘଟଣାରେ ସେକ୍ଟର-୧୭ କ୍ୱାର୍ଟର୍ସ ନଂ ବି/୬୦ ରେ ରହୁଥିବା ଘର ମାଲିକ ସି’ ସିଫ୍ଟ ଡ୍ୟୁଟି ଯାଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କ ଘରୁ ସୁନାହାର, ସୁନାଚେନ୍‌, ସୁନାଚୁଡି ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ସେକ୍ଟର-୧୮ କ୍ୱାର୍ଟର୍ସ ନଂ. ଏ/୧୬୧ ରୁ ସୁନାଗହଣା, ଲାପଟପ୍‌ ସହିତ ନଗଦ ୧୫୦୦ ଟଙ୍କା ଚୋରି ହୋଇଥିଲା । ଏହି ସବୁ ଚୋରି ଘଟଣାରେ ଘଟଣାର ଅଭିଯୋଗ ଥାନାରେ ହେବାପରେ ସେକ୍ଟର-୧୫ ଥାନା ପୋଲିସ ତଦନ୍ତ ଚଳାଇଥିଲା । ଶେଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ଚୋରକୁ ଗିରଫ କରାଯିବା ପରେ ଗିରଫ ଅଭିଯୁକ୍ତ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 3 =