ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବ୍ଲକ୍‌ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି

0 333

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ସଭା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ୧୪ଗୋଟି ଗ୍ରାମ ପଞ୍ଚାୟତର ଧର୍ମପୀଠର ଉନ୍ନତି କରଣ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇଥିବାରୁ ବ୍ଲକର ସମୁହ ଜନ ପ୍ରତିନିଧି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବାଲିଗୁଡ଼ା ବ୍ଲକ୍‌ ସାଂସଦ ପ୍ରତିନିଧି ଟୁନା ଦାସ, ବ୍ଲକ୍‌ ବିଜେଡ଼ି ଉପ ସଭାପତି ବିଜେଶ୍ୱର ମଲ୍ଲିକ, ବ୍ଲକ୍‌ ଅଧ୍ୟକ୍ଷା ମିଶାବତୀ ମଳିକ, ବ୍ଲକ୍‌ ଉପାଧ୍ୟକ୍ଷା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲିଗୁଡ଼ା ବାସୀଙ୍କୁ ଭଲ ପାଆନ୍ତି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଉନ୍ନତି ସଙ୍ଗେସଙ୍ଗେ ଅଞ୍ଚଳର ଜନସାଧାରଣ କିଭଳି ସମସ୍ତ ସରକାରୀ ଯୋଜନାର ସୁଫଳ ପାଇପାରିବେ ସେନେଇ ସର୍ବଦା ଚେଷ୍ଟିତ । ସାଢେ଼ ଚାରିକୋଟି ଓଡ଼ିଶା ବାସୀଙ୍କୁ ନିଜ ପରିବାର ଭାବି ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେଉଛନ୍ତି । ଏଣୁ ଆମେ ସମସ୍ତେ ମିଳିମିଶି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିବା ଏବଂ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ବୋଲି ଉପସ୍ଥିତ ସମସ୍ତ ଜନ ପ୍ରତିନିଧିଙ୍କୁ କହିଛନ୍ତି ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧି । ସେପଟେ ଆମେ ବହୁତ ଗର୍ବିତ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ବ୍ଲକର ଉନ୍ନତିକୁ ଗୁରୁତ୍ବ ଦେଇଛନ୍ତି । ୫ଟି ସଚିବଙ୍କ ଜରିଆରେ ଆମ ଅଞ୍ଚଳର ସମସ୍ୟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମେ ଜଣାଇଥିଲୁ । ଆମ ଦୁଃଖ ମାନ୍ୟବର ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ଆମ ବ୍ଲକର ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତି କରଣ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବାରୁ ବାଲିଗୁଡ଼ା ବ୍ଲକ୍ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ପକ୍ଷରୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ସରପଞ୍ଚ ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ସମେତ ୧୪ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ,ନାଏବ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

9 − 9 =