କନ୍ଧମାଳ ପୁଲିସକୁ ବଡ ସଫଳତା ; କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର

0 113

ଫୁଲବାଣୀ:

hiring

୪୮ ଘଣ୍ଟା ମଧ୍ୟରେ ଫୁଲବାଣୀ ପୁଲିସକୁ ମିଳିଛି ବଡ ସଫଳତା । ସମସ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ । ସୋମବାର ଦିନ ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି ।
ଗିରଫ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକଲାପଲ୍ଲୀର ଏ. କିଶୋର ଓ ଏ. ହରି ବୋଲି ଜଣାପଡିଛି । ଏମାନଙ୍କୁ ଖସାଇ ନେଉଥିବା ଏମ. ଲିଲି, ସରସ୍ୱତୀ, ଏମ. ପାଣ୍ଡୁ ଓ କାର ଡ୍ରାଇଭର ଲିଟୁ ଗୌଡକୁ ମଧ୍ୟ ପୁଲିସ ଗିରଫ କରିଛି । ଏ ସମସ୍ତଙ୍କ ଘର ଆସ୍କା ଅଞ୍ଚଳରେ । ଘଟଣାରେ ସଂପୃକ୍ତ ଦୁଇ ଲୁଟେରାଙ୍କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଗିରଫ କରାଯାଇଥିବା ନେଇ ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର । ଏମାନଙ୍କ ବିରୋଧରେ ଅଧିକାଂଶ ଜିଲ୍ଲାରେ ପୂର୍ବରୁ ଲୁଟ୍‌ ଓ ଡକାୟତି ମାମଲା ରହିଛି ବୋଲି ମଧ୍ୟ କହିଥିଲେ ଏସ୍‌ପି ପାତ୍ର ।
ପ୍ରକାଶ ଥାଉକି ସୋମବାର ଫୁଲବାଣୀର ବ୍ୟବସାୟୀ ଅଶ୍ୱିନୀ ପାତ୍ର ଆକ୍ସିସ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ କଳା ପଲସରରେ ଆସି ତାଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଛଡାଇ ନେଇଥିଲେ । ଟାଉନ ଥାନା ପୁଲିସ ତୁରନ୍ତ ନିକଟସ୍ଥ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ଏହି ସଫଳତା ପାଇଛି ପୋଲିସ । ପୋଲିସ ଲୁଟେରାଙ୍କ କାବୁ କରିବା ସଫଳତା ପରେ ବ୍ୟବସାୟୀ ଶାସକର ପାତ୍ର କନ୍ଧମାଳ ଏସପି ଏବଂ ଫୁଲବାଣୀ ଟାଉନ ପୋଲିସଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

7 + 20 =