ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ ସମ୍ପର୍କିତ କର୍ମଶାଳା

0 77

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାଗୃହ ଠାରେ ଆଜି ସ୍ୱେଚ୍ଛାସବୀ ଅନୁଷ୍ଠାନ ରେଆର୍‌ ଦ୍ୱାରା କିଣ୍ଡରପୋଷ୍ଟଜେଲ ସହାୟତାରେ ଏକ ଦିବସୀୟ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍‌ସୋ)ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାସ ଯୋଗ ଦେଇ ବାଲ୍ୟ ବିବାହ ନିରାକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ଶିଶୁ ସୁରକ୍ଷା ୟୁନିଟର ବିଜୟ ବିଶ୍ୱାଳ ଓ ବାଲ୍ୟ ବିବାହ ପରାମର୍ଶଦାତା ତଥା ଏକ୍ସନ ଏଡ ର ପ୍ରତିନିଧି ରାକେଶ ପ୍ରଧାନ, ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗ୍‌ ଦେଇଥିଲେ । ତାଲିମଦାତା ଭାବରେ ରାଜିବ ନାଏକ ଓ ସୁନିତା ତ୍ରିପାଠୀ ଯୋଗ ଦେଇ ବାଲ୍ୟ ବିବାହ ନିରାକରଣ ଆଇନ୍‌ ୨୦୦୬ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍‌ସୋ) ତଥା କିଶୋର ନ୍ୟାୟ ପରିଷଦର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲାର ଛଅ ଗୋଟି ବ୍ଲକର ବାଲ୍ୟ ବିବାହ ନିରାକରଣ ଅଧିକାରୀ, ମହିଳା ପରିଦର୍ଶିକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ମଣ୍ଡଳ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ତାଲିମ୍‌ ଗ୍ରହଣ କରିଥିଲେ । କାର୍ଯକ୍ରମକୁ ରେଆର ସାଧାରଣ ସମ୍ପାଦକ ଅନନ୍ତ ନେଗୀ ସଭା ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜକ ଧନୁର୍ଦ୍ଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ରେଆର ପ୍ରତିନିଧି ମିତ୍ରଭାନୁ ମଲ୍ଲିକ, ଝରଣା ପଟ୍ଟନାୟକ, ସୁଶାନ୍ତ ସା, ଅଶୋକ ଝାଙ୍କର, ସୁଦାମ ଗାଇଗରିଆ ସହଯୋଗ କରିଥିଲେ । ଜିଲ୍ଲା ପରିଷଦ ସଭାଗୃହ ଠାରେ ଆଜି ସ୍ୱେଚ୍ଛାସବୀ ଅନୁଷ୍ଠାନ ରେଆର୍‌ ଦ୍ୱାରା କିଣ୍ଡରପୋଷ୍ଟଜେଲ ସହାୟତାରେ ଏକ ଦିବସୀୟ ବାଲ୍ୟ ବିବାହ ନିରାକରଣ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍‌ସୋ)ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାସ ଯୋଗ ଦେଇ ବାଲ୍ୟ ବିବାହ ନିରାକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ଶିଶୁ ସୁରକ୍ଷା ୟୁନିଟର ବିଜୟ ବିଶ୍ୱାଳ ଓ ବାଲ୍ୟ ବିବାହ ପରାମର୍ଶଦାତା ତଥା ଏକ୍ସନ ଏଡ ର ପ୍ରତିନିଧି ରାକେଶ ପ୍ରଧାନ, ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗ୍‌ ଦେଇଥିଲେ । ତାଲିମଦାତା ଭାବରେ ରାଜିବ ନାଏକ ଓ ସୁନିତା ତ୍ରିପାଠୀ ଯୋଗ ଦେଇ ବାଲ୍ୟ ବିବାହ ନିରାକରଣ ଆଇନ୍‌ ୨୦୦୬ ଓ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପକ୍‌ସୋ) ତଥା କିଶୋର ନ୍ୟାୟ ପରିଷଦର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲାର ଛଅ ଗୋଟି ବ୍ଲକର ବାଲ୍ୟ ବିବାହ ନିରାକରଣ ଅଧିକାରୀ, ମହିଳା ପରିଦର୍ଶିକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ମଣ୍ଡଳ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ତାଲିମ୍‌ ଗ୍ରହଣ କରିଥିଲେ । କାର୍ଯକ୍ରମକୁ ରେଆର ସାଧାରଣ ସମ୍ପାଦକ ଅନନ୍ତ ନେଗୀ ସଭା ସଂଯୋଜନା କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜକ ଧନୁର୍ଦ୍ଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ରେଆର ପ୍ରତିନିଧି ମିତ୍ରଭାନୁ ମଲ୍ଲିକ, ଝରଣା ପଟ୍ଟନାୟକ, ସୁଶାନ୍ତ ସା, ଅଶୋକ ଝାଙ୍କର, ସୁଦାମ ଗାଈଗରିଆ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eight − four =