ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ତିନି ବର୍ଷ ଜେଲ

0 89

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ୧୭ ବର୍ଷିୟା ନାବାଳିକାର ଅପହରଣ ମାମଲାର ବିଚାର କରି ୧୨ ଜଣ ସାକ୍ଷୀ ଡ଼ାକ୍ତରୀ ରିପୋର୍ଟ୍‌ ଇତ୍ୟାଦିକୁ ଭିତ୍ତି କରି ଗୋପବନ୍ଧୁ ପ୍ରଧାନ(୩୦),ମାଲେରି ଗାଆଁ, ଖଜୁରୀପଡ଼ାକୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ସେ ସଶ୍ରମ କାରାଦଣ୍ଡ ସହ ଟ.୨୦,୧୦୦ଙ୍କା(କୋଡ଼ିଏ ହଜାର ଏକଶତ ଟଙ୍କା) ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ଚାରି ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସ୍‌ କୋର୍ଟର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ । ସୂଚନା ଅନୁସାରେ ପୀଡିତା ତା. ୨୦.୦୫. ୨୦୧୬ରିଖ ରାତ୍ର ସମୟରେ ପରିସ୍ରା କରିବାକୁ ଘର ପଛ ପଟକୁ ଯାଇଥିଲା । ଅଭିଯୁକ୍ତ ଘର ପଛ ପଟୁ ପିଡିତାର ମୁହଁରେ ଗାମୁଛା ବାନ୍ଧି ଟେକି ନେଇଥିଲା ଏବଂ ଅଳ୍ପ ଦୂରରେ ଥିବା ଅଟୋରେ ନିଜ ଭାଇମାନଙ୍କ ସହାୟତାରେ ଅପହରଣ କରି ମାଧେପୁରରେ ଗୋଟିଏ ଘରେ ରଖିଥିଲା ଏବଂ ଏହି ବିଷୟରେ କାହାକୁ କିଛି କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ତା’ପରେ ପୀଡିତାକୁ ଅଟୋ ଗାଡ଼ିରେ ସୁଡ୍ରୁକୁମ୍ଫା ନେଇ ବଜାରର ଟିକିଏ ଆଗରେ ଛାଡ଼ି ଚାଲି ଯାଇଥିଲା । ପୀଡିତା ନିଜ ଗାଆଁକୁ ଫେରିବା ପରେ ଖଜୁରୀପଡ଼ା ଥାନାରେ ଲିଖିତ ରିପୋର୍ଟ୍‌ ଦେଇଥିଲା ଏବଂ ଧାନାଧିକାରୀ ୫୧/୧୬ ରେ କେଶ୍‌ ରେଜିଷ୍ଟ୍ରେସନ କରିବା ସହ ତଦନ୍ତ ସାରି ଅଭିଯୁକ୍ତକୁ ଅଦାଲତରେ ହାଜର କରିଥିଲେ ଏବଂ ମାନ୍ୟବର ବିଚାରପତି ଆଜି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + eight =