ଆଠଗଡ : ଆଠଗଡ଼ ଜିଲ୍ଲା ଦାବି ନେଇ ଏକମାସ ହେବ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପ୍ରତିକାତ୍ମକ ଧାରଣା ଦେଇଆସୁଥିବା ବେଳେ ଆସନ୍ତା କାଲି ଡ଼ିସେମ୍ବର ୭ ତାରିଖରେ ଆଠଗଡ଼ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ଆଠଗଡ ସବଡିଭିଜନ ବାସୀ ପୂର୍ଣ୍ଣ ସମର୍ଥନ ଦେଇ ସହଯୋଗ କରିବାକୁ ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।