ଭୈରବୀ ମନ୍ଦିର ରତ୍ନମୁଦ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ତିନି ଦିନ ଧରି ଜନ ସମୁଦ୍ର ହେବ ମାଙ୍କ ପୀଠ

0 71

ହରଭଙ୍ଗା :ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ପୁରୁଣାକଟକ ବସିନୀ ମା’ ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ବୁଧବାର ଦିନ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଗାମୀ ୨୨,୨୩,୨୪ ତିନି ଦିନ ଧରି ହେବାକୁ ଥିବା ରତ୍ନ ମୁଦ ଉତ୍ସବର ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଉତ୍ସବ ତିନିଦିନ ଧରି ହେଉଥିବାରୁ ପ୍ରଥମ ଦିନରେ ମାଙ୍କ କଳସ ଯାତ୍ରା ଓ ଅଧିବାସ ପରେ ବନଜାଗ ନୀତି ଆରମ୍ଭ, ଦ୍ୱିତୀୟ ଦିନରେ ଅଖଣ୍ଡ ନାମ ଯଜ୍ଞ, ରତ୍ନମୁଦ କାର୍ଯ୍ୟ ଆରମ୍ଭ ଓ ଚଣ୍ଡୀଯଜ୍ଞ ହେବା ସହିତ ତୃତୀୟ ଦିନରେ ନଗର କୀର୍ତ୍ତନ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ବୈଠକରେ କମିଟିର ସମ୍ପାଦକ ସୁଶେଣ ବଘାର, ରସାନନ୍ଦ ସାହୁ, ସୁକାନ୍ତ ପଟ୍ଟନାୟକ, ରାମଚନ୍ଦ୍ର ସାହୁ, ସୁକାନ୍ତ ଦାସ, ସରୋଜ ପ୍ରଧାନଙ୍କ ସମେତ ଷୋଳଖଣ୍ଡ ମୌଜାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

3 × two =