ଚାରିଗଡ ପଣ୍ଡରା ମାଲି ସମାଜର ବାର୍ଷିକ ବୈଠକ

0 150

ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଳ ଗ୍ରାମ ପଞ୍ଚାୟତ ସ୍ଥିତ ଡଙ୍ଗରଗାଁ ଠାରେ ଚାରିଗଡ ପଣ୍ଡରା ମାଳି ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂଆପଡ଼ା ଜିଲ୍ଲା ସମେତ ନବରଙ୍ଗପୁର, କଳାହାଣ୍ଡି ଅଞ୍ଚଳର କର୍ମକର୍ତ୍ତା ଓ ଜନସାଧାରଣ ଯୋଗଦାନ କରିଥିଲେ । ଏହି ଅବସରରେ ସମାଜକୁ ତୃଣମୂଳସ୍ତରରୁ ମଜଭୁତ କରିବା ସହ ନାରୀ ଶିକ୍ଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମାଜରେ ଶୃଙ୍ଖଳିତ ରହିବା ସହ ସମସ୍ତେ ଏକ ସୁତ୍ରରେ ବାନ୍ଧି ହୋଇ ସମାଜକୁ ଆଗକୁ ନେବା ପାଇଁ ସଂକଳ୍ପ ନେଇଥିଲେ । ଏହି ବୈଠକର ପ୍ରାରମ୍ଭରେ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ ପରେ ଦୀପ ପ୍ରଜ୍ୱଳନ ପୂର୍ବକ ଦେବ ପୂଜନ କାର୍ଯ୍ୟ କରାଯାଇଥିଲା । ପରେ ସମାଜର ବାର୍ଷିକ ବିବରଣୀ ପଠନ କରାଯାଇଥିଲା । ଅତିଥି ମାନେ ସମାଜର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ତଥା ସିନାପାଲି ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରେମଲାଲ ନାଏକ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାୟକ, ବରିଷ୍ଠ ଶିକ୍ଷାବିତ ଚନ୍ଦ୍ର ଶେଖର ନାୟକ, ଟଙ୍କଧର ନାୟକ, ପଣ୍ଡରାମାଳି ସମାଜର ସଂପାଦକ ସେବକରାମ ପାତ୍ର, ସମାଜର ମହାନାୟକ ଡିଙ୍ଗର ନାଏକ, ପୁସ୍ତମ ନାଏକ ଓ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ ଉପେନ୍ଦ୍ର ଧାକଡ ମଞ୍ଚାସିନ ରହିଥିଲେ । ସମାଜର କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଥିଲେ । ନବୋଦୟ ବିଦ୍ୟାଳୟରେ ପଢିବା ପାଇଁ କୃତିତ୍ୱ ହାସଲ କରିଥିବା କୋଦୋବେଡା ଗ୍ରାମର ଦେବନାରାୟଣ ନାୟକ ଓ ତେଜରାଜ ନାୟକ, ବୈଗାପଡ଼ା ଗ୍ରାମର ରାଜକିଶୋର ବିଶି, ସିନାପାଲିର ସୌମ୍ୟ ରଞ୍ଜନ ନାଏକଙ୍କୁ ଔପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ସମାଜର କଳାହାଣ୍ଡି ଜିଲ୍ଲା ରଏନଗୁଡା ଗ୍ରାମର ପ୍ରିୟାଦର୍ଶନୀ ନାୟକ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସିନାପାଲି ଗ୍ରାମର ତ୍ରିଲୋଚନ ନାୟକ, ସିନାପାଲି ବ୍ଲକ ଲିଟିଗୁଡା ଗ୍ରାମର ମୁକେଶ ନାୟକ, କଳାହାଣ୍ଡି ଜିଲ୍ଲା ଧର୍ମଗଡର ରାକ୍ଷୀ ନାୟକ, ନବରଙ୍ଗପୁର ଜିଲ୍ଲା ପୁଝାରୀଗୁଡା ଗ୍ରାମର ବବିତା ବିଶି ଓ ସ୍ନାତ୍ତକୋତ୍ତର ପାସ କରିଥିବା ସିନାପାଲି ବ୍ଲକ ଡଙ୍ଗର ଗାଁ ଗ୍ରାମର ବବିତା ନାଏକ ରହିଥିବା ବେଳେ ସମାଜର ଡାକ୍ତର ହୋଇଥିବା ସିଙ୍ଗଝର ଗ୍ରାମର ସ୍ମୃତିରଂଜନ ନାୟକ, କଳାହାଣ୍ଡି ଜିଲ୍ଲା ତୁମୁରା ଗ୍ରାମର ନରେଶ କୁମାର ନାଏକ, ଗୌଡ଼ଛେଣ୍ଡିଆ ଗ୍ରାମର ଶାଶ୍ୱତ ଚନ୍ଦନ ନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା । ଏହି ସମାବେଶରେ ଅଞ୍ଚଳ ଗିରିଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କୁଳଚନ୍ଦ୍ର ନାଏକ, ପଦ୍ମଲୋଚନ ନାୟକ, ସନ୍ତୋଷ ପାତ୍ର, ଭୂତେଶ୍ୱର ନାୟକ, ଧନୁର୍ଜୟ ନାୟକ, ଆନନ୍ଦ ନାଏକ ସମେତ ଅନେକ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 3 =