ଦଶମ ନୟାଗଡ଼ ଜିଲ୍ଲା କୃଷକ ସମ୍ମିଳନୀ ଅନୁଷ୍ଠିତ

0 48

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ବାପୁଜୀ ସେବା ସଂଘ ଠାରେ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଓଡିଶା କୃଷକ ସଭାର ଦଶମ ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଗୋଲକ ବିହାରୀ ମୁଦୁଲି ଓ ସମ୍ପାଦକ ପବିତ୍ର ଇନ୍ଦ୍ରଜିତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ କପିଳ ସାହୁ, ସୌଦାଗର ନାୟକ, ଆନନ୍ଦ ଦାଶ, ଭାଗବତ ପ୍ରଧାନ, ନିରଞ୍ଜନ ସାହୁ , ଅର୍ଜୁନ ମାଝୀ , ବୁଲୁ ପାତ୍ର , ବିକାଶ ପ୍ରଧାନ , ପ୍ରଦୀପ ସେଠି ଓ ଦୟାନିଧି ଦୋରାଙ୍କ ନେତୃତ୍ୱରେ ଶତାଧିକ କୃଷକ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନମାନ ଦେଇ ଶରଣକୁଳ ସହର ପରିକ୍ରମା କରିବା ସହିତ ବାପୁଜୀ ସେବା ସଂଘଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

hiring

ନୟାଗଡ଼ ଜିଲ୍ଲା ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର ଓ ରାଜ୍ୟସ୍ତରୀୟ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ । ମୁଖ୍ୟତଃ ଦରଦାମ ବୃଦ୍ଧି, କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ପ୍ରଦାନ, କୃଷକ ବିରୋଧୀ ନୂତନ ବିଦ୍ୟୁତ ଆଇନର ପ୍ରତ୍ୟାହାର, ଭାଗ ଚାଷୀଙ୍କୁ ମାନ୍ୟତା ପ୍ରଦାନ, ସାରର ଅଭାବୀ ବିକ୍ରି ବନ୍ଦ କରିବା, ପ୍ରତି ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ ଓ ବନ୍ଦ ଥିବା ନୟାଗଡ଼ ଚିନିକଳକୁ ପୁନର୍ବାର ଚାଲୁ କରିବା ଇତ୍ୟାଦି ଅନେକ କୃଷକ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଥିଲା । ମୋଦି ସରକାର ଦ୍ୱାରା ପ୍ରଣୀତ କୃଷକ ମାରଣର ତିନି କଳା କୃଷି ଆଇନର ଉଚ୍ଛେଦ ପାଇଁ ଦୃଢ଼ ଦାବି ସହିତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନେତୃତ୍ୱ ମଣ୍ଡଳୀ ଆହ୍ୱାନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

15 − 2 =