ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ

0 64

ନୂଆପଡା: ନୂଆପଡାରେ ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ ଘଟିଛି । ରାତି ୧୨ଟା ୧୫ ମିନିଟ ସମୟରେ ଉକ୍ତ ବାଘର ପ୍ରାଣହାନି ଘଟିଛି । ଏନେଇ ସୂଚନା ଦେଇଛନ୍ତି ଏସିଏଫ୍‌ ମହମ୍ମଦ ମୁସ୍ତାଫ ସାଲିହା । ବନ ବିଭାଗର ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ବାଘଟି ପ୍ରାଣ ହରାଇଥିବା କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅସୁସ୍ଥ ବାଘକୁ ନୂଆପଡା ଜିଲ୍ଲା ରେଞ୍ଜ ଅଫିସ ପରିସରରେ ଏକ ଯନ୍ତାରେ ରଖାଯାଇଥିଲା । ଗତ ୨୨ ଦିନ ହେଲା ବାଘର ଚିକିତ୍ସା ଚାଲିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସୁନଥିଲା । ଫଳରେ ବାଘଟି ଖାଦ୍ୟ ମଧ୍ୟ ଠିକ୍‌ ଭାବେ ଗ୍ରହଣ କରୁନଥିଲା । ଏହାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ନୂଆପଡା ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ଚିକିତ୍ସା ପାଇଁ ଅନ୍ୟସ୍ଥାନକୁ ନେବା ପାଇଁ ୨ରୁ ୩ ଥର ପରାମର୍ଶ ଦେଇଥିଲେ । ହେଲେ ଏହାକୁ ନୂଆପଡା ବନ୍ୟପ୍ରାଣୀ ବିଭାଗ ଅଧିକାରୀମାନେ ଶୁଣୁ ନଥିଲେ । ଭୁବନେଶ୍ୱରରୁ ଓୟୁଏଟି ବିଶେଷଜ୍ଞ ଟିମ୍‌ ପହଞ୍ଚି ଚିକିତ୍ସା କରିଥିଲେ । ହେଲେ ବାଘର ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ୍‌ ହୋଇନଥିଲା । ବାଘଟି ମାଂସ ଖାଇପାରୁ ନଥିବାରୁ ତରଳ ଖାଦ୍ୟ ଦିଆଯାଉଥିଲା । ଉଦ୍ଧାର ସମୟରେ ବିଭାଗର ଏସିଏଫ୍‌ ବାଘ ଅଂଶୁଘାତର ଶିକାର ହୋଇଥିବା ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ବିଶେଷଜ୍ଞ ଦଳ ବିଭିନ୍ନ ଚିକିତ୍ସା କରି ବାଘ ୩/୪ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ ।
ଗତ ଏପ୍ରିଲ ୧୬ ତାରିଖ ଦିନ ନୂଆପଡା ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁ ଆମକୋନୀ ଜଙ୍ଗଲରୁ ଏହି କଲାରାପତରିଆ ବାଘକୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା । ପରେ ତାକୁ ନୂଆପଡା ରେଞ୍ଜ ଅଫିସ ପରିସରରେ ରଖି ଚିକିତ୍ସା ଚାଲିଥିଲା ।

hiranchal ad1
Leave A Reply

Your email address will not be published.

eighteen + seventeen =