୧୪ ରୁ ପଞ୍ଚମ ବାର୍ଷିକ ପୁସ୍ତକ ଓ ସାରସ୍ୱତ ମେଳା “ଇଙ୍କଫେଷ୍ଟ୍‌’

0 74

ସୁବର୍ଣ୍ଣପୁର : ଆସନ୍ତା ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ସହରର ରୟାଲ ପଡ଼ିଆ ଠାରେ ଆୟୋଜିତ ହେବାକୁ ଯାଉଛି ଇଙ୍କଫେଷ୍ଟ୍‌ ୨୦୨୩ ଏଥିପାଇଁ ଆଜି ସ୍ଥାନୀୟ ରୟାଲ ପଡ଼ିଆ ଠାରେ ସଭାପତି ସ୍ୱାଧୀନ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏ ସଂକ୍ରାନ୍ତରେ ବିଷଦ୍‌ ଭାବରେ ଆଲୋଚନା କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ସଂସ୍କୃତି ପରିଷଦ ସହ ମିଳିତ ଅନୁକୂଲ୍ୟରେ ଆୟୋଜିତ ହେବାକୁଥିବା ଏହି ପୁସ୍ତକ ମେଳା ରେ ନିମ୍ନ କାର୍ଯ୍ୟସୂଚ ମତେ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସଂପାଦକଙ୍କ ଠାରୁ ପ୍ରକାଶ । ଉଦଘାଟକ ଭାବରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର, ଅତିଥି ଅମରେଶ ପଣ୍ଡା, ସୁବଣ୍ଣପୁର ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ମୁଖ୍ୟ ଉନ୍ନୟନ ଅଧିାକରୀ ନିହାର ରଞ୍ଜନ କୁଅଁର, ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ପ୍ରମୁଖ ଯୋଗଦେବାକୁ ଥିବାବେଳେ ୧୫ ତାରିଖରେ ବହୁଭାଷୀ କବିତା ଆସର : ଶବ୍ଦ ପ୍ରହର, ୧୬ ତାରିଖ ପ୍ରଥମ କଥାଚକ୍ର “ବିଦେଶାଗତ ପକ୍ଷୀଙ୍କ ମଧୁସ୍ୱର୍ଗ : ସୁବର୍ଣ୍ଣପୁର” ଅତିଥି ଆଲୋଚକ – କମଳ ଲୋଚନ ପୁରୋହିତ, ସୁଶୀଲ ତ୍ରିପାଠୀ, ବନ ଖଣ୍ଡ ଅଧିକାରୀ, ନୂଆପଡା, ମଦନ ଲାଲ ଶର୍ମା, ବନ ଖଣ୍ଡ ଅଧିକାରୀ,ସୁବର୍ଣ୍ଣପୁର ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ୧୭ତାରିଖରେ ଦ୍ୱିତୀୟ କଥାଚକ୍ର “ମହାନଦୀ ସଭ୍ୟତା ଓ ସୁବର୍ଣ୍ଣପୁର ଭୂଖଣ୍ଡ” ଅତିଥି ଆଲୋଚକ – ଡ଼. କେଦାରନାଥ ମିଶ୍ର, ଐତିହାସିକ- ଡ଼. ସୁଦାମ ଦୀପ, ଅଧ୍ୟାପକ, ସୋନପୁର ମହାବିଦ୍ୟାଳୟ ଯୋଗ ଦେବେ । ୧୮ତାରିଖରେ ତୃତୀୟ କଥାଚକ୍ର – ଫକୀର ପଟ୍ଟନାୟକ ସଙ୍ଗୀତ ଧାରା : ଏକଅନୁଶୀଳନ ଅତିଥି ଆଲୋଚକ – ସୂର୍ଯ୍ୟ ଦେଓ,ସଂସ୍କୃତି ଗବେଷକ ତଥା ସିନେ ସମୀକ୍ଷକ କୈବଲ୍ୟ କୁମାର ମିଶ୍ର,ସଂସ୍କୃତି ଗବେଷକ ଯୋଗ ଦେବେ । ୧୯ ତାରିଖରେ କୋଶଲି କବିତା ଆସର : ଭାବ ପ୍ରହର ଅନୁଷ୍ଠିତ ହେବ । ୨୦ ତାରିଖ ଉଦଯାପନୀ ପର୍ବର ଅତିଥି ଭାବରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ନିଶି ପୁନମ ମିଞ୍ଜ, ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ, ସୁବର୍ଣ୍ଣପୁର ପ୍ରମୁଖ ଯୋଗଦେବେ ।
ଆଜିର ଏହି ପ୍ରସ୍ତୁତି ବୈଠକରେ ଉପସଭାପତି ଗତିକୃଷ୍ଣ ମିଶ୍ର, ଯୁଗ୍ମ ସଂପାଦକ ଦେବାଶିଷ ପାଣ୍ଡିଆ, ସଭ୍ୟ ସର୍ବଶ୍ରୀ ଗୌରୀ ଶ୍ୟାମ ପଣ୍ଡା, ଜ୍ୟୋତିରଞ୍ଜନ ବହିବାର, ଆର୍ତତ୍ରାଣ ବାବୁ , ଶ୍ରୀଧର ବାଗ,ଗୋବିନ୍ଦ ମହାରଣା , ସୌରଭ ରଞ୍ଜନ ଖମାରୀ, ଶ୍ୟାମାଓଁ ପ୍ରସାଦ ମିଶ୍ର, ରଘୁମଣି ବେହେରି, ଜନାର୍ଦ୍ଦନ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ, ରାଜୀବ ନାୟକ, ଦେବାଶିଷ ପ୍ରଧାନ , ଦୁର୍ଯ୍ୟୋଧନ ମେହେର, ମକୁନ୍ଦ ଧରୁଆ, ଜଗନ୍ନାଥ ଧରୁଆ, ଶିବ ମହାକୁର, ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

11 + sixteen =