କଥା ରଖିଲାନି ଶିକ୍ଷା ବିଭାଗ, ସ୍କୁଲରେ ତାଳାପକାଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା

0 239

ପାଟଣାଗଡ : ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଳା ପକାଇ ଧାରଣା ଦେଇଛନ୍ତି । ପ୍ରକାଶ ଯେ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୭୫ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ପୂର୍ବରୁ ଏହି ସ୍କୁଲରେ ୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ । କିନ୍ତୁ ଜୁଲାଇ ମାସରେ ତିନିଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଇଥିଲା । ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଯାହାକୁ ନେଇ ଗତ ଅଗଷ୍ଟ ୯ ତାରିଖରେ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ । ଖବର ପାଇଁ ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ ଧାରଣା ସ୍ଥଳକୁ ପହଞ୍ଚି ୪ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ । ବିଇଓଙ୍କ ପ୍ରତିଶୃତି ମୁତାବକ ଅନ୍ୟ ସ୍କୁଲରୁ ଏହି ସ୍କୁଲକୁ ୨ଜଣ ଶିକ୍ଷକଙ୍କୁ ଡେପୁଟେସନ ପଠାଇଥିଲେ । ପୁଣି ବିଇଓ ୨ ଜଣ ଶିକ୍ଷକଙ୍କ ଡେପୁଟେସନ ବାତିଲ କରିଦେଇଥିଲେ । ଯାହାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ମାନେ ବିଇଓଙ୍କୁ ଲିଖିତ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ଆଜି ଗୁରୁବାର ପୁଣି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଳାପକାଇ ଧାରଣା ବସିପଡିଥିଲେ । ଖବର ପାଇ ବିଇଓଙ୍କ ନିର୍ଦ୍ଦେଶ କ୍ରମେ ସିଆରସିସି ଗୌରଚନ୍ଦ୍ର ଆଚାର୍ଯ୍ୟ ପହଞ୍ଚି ଆଲୋଚନା କରିଥିଲେ ।ସିଆରସିସି ଶ୍ରୀ ଆଚାର୍ଯ୍ୟ ବିଇଓ ଙ୍କ ଦ୍ୱାରସ୍ଥ ହେବାକୁ କହିଥିଲେ । ସିଆରସିସିଙ୍କ କହିବା ମୁତାବକ ସ୍କୁଲ ପରିଚାଳନା କମିଟିର ସଭାପତି ଓ ଅଭିଭାବକ ମାନେ ବିଇଓଙ୍କ କାର୍ଯ୍ୟାଳୟ ଯାଇ ଆଲୋଚନା କରିଥିଲେ । ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ନହେବାରୁ ଧାରାଣା ଜାରି ରହିବ ବୋଲି ସ୍କୁଲ ସଭାପତି ଶୁସିଲ ସରାଫଙ୍କ ଠାରୁ ଜଣାପଡିଛି । ଏଥିରେ ଦଶରଥ ପଟେଲ, ଦୁର୍ଯ୍ୟୋଧନ ସରାଫ, ଶେଷ ବନଛୋର, ରାଜପ୍ରସାଦ ପଟେଲ,ଅର୍ଜୁନ କାଲସାଏ, ମୋହିଲାଲ ହରିପାଲ ସୁରେଶ ଲୁହା, ମହାଦେବ ବର୍ଗର୍ତ୍ତି, ହାଡୁ ବନଛୋର , ଉଦିତ ପୁଟେଲ, କୁଞ୍ଜବନ ସାହୁ,ଭିକ ବନଛୋର ସମେତ ଶତାଧିକ ଅଭିଭାବକ ଗ୍ରାମବାସୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 + 7 =