ସମସ୍ତେ ମିଶି ଆମ ଜିଲ୍ଲା କନ୍ଧମାଳକୁ ବାତଜ୍ୱର ମୁକ୍ତ କରିବା: ଜିଲ୍ଲପାଳ

0 99

ଫୁଲବାଣୀ : ଫାଇଲେରିଆ ମୁକ୍ତ କନ୍ଧମାଳ ପାଇଁ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ଙ୍କ ନିର୍ଦ୍ଦେଶରେ ଦ୍ୱିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରୁ ଜଣାପଡ଼ିଛିଯେ, ଗୋଡ଼, ହାତ, ପାଦ ଫୁଲି ଗୋଦର ହେଲେ ଆମେ ସାଧାରଣତଃ ଫାଇଲେରିଆ ହୋଇଛି ବୋଲି କହିଥାଉ । ମାତ୍ର ଗୋଦର ହେବାର ୮ ରୁ ୧୦ ବର୍ଷ ଆଗରୁ ଫାଇଲେରିଆ ରୋଗ ସଂକ୍ରମଣ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ କିଛି ଲୋକଙ୍କୁ ବାତ ଜ୍ୱର ହୋଇଥାଏ । କେତେକ ମଶା କାମୁଡ଼ିବା ଦ୍ୱାରା ମାଇକ୍ରୋ ଫାଇଲେରିଆ ପରଜୀବୀ କୀଟାଣୁ ଜଣେ ରୋଗୀ ଦେହରୁ ଅନ୍ୟ ଜଣେ ସୁସ୍ଥ ଲୋକର ଦେହକୁ ଫାଇଲେରିଆ ରୋଗ ସଂକ୍ରମିତ ହୋଇଥାଏ । ଏହି କୀଟାଣୁଗୁଡ଼ିକ ସୁସ୍ଥଲୋକ ଦେହରେ ବୃଦ୍ଧି ପାଇ ପୂର୍ଣ୍ଣାଙ୍ଗ ମାଈ ବା ଅଣ୍ଡିରା କୃମିରେ ପରିଣତ ହୁଅନ୍ତି । ଗୋଟିଏ ମାଈ କୃମି ପ୍ରାୟ ୫୦ ହଜାର ମାଇକ୍ରୋ ଫାଇଲେରିଆ କୀଟାଣୁ ଜନ୍ମ ଦେଇଥାଏ । ରୋଗ ପୁରୁଣା ହେଲେ ଗୋଡ଼, ହାତ, ପାଦ,ଫୁଲି ଗୋଦର ହୋଇଯାଏ । ମହିଳାମାନଙ୍କର ସ୍ତନ ଫୁଲି ଦରଜ ହୁଏ । ପ୍ରଥମ ଅବସ୍ଥାରୁ ଉପଯୁକ୍ତ ଯତ୍ନ ନ ନେଲେ, ଫୁଲା କମେ ନାହିଁ । ପୁରୁଷ ଓ ମହିଳାମାନଙ୍କ ଅଙ୍ଗ ବିକଳାଙ୍ଗ ହୋଇ ଯାଏ । ଏହି ରୋଗର ପ୍ରତିରୋଧ ତଥା ନିରାକରଣ ପାଇଁ ସରକାରଙ୍କ ତରଫରୁ ‘ଜାତୀୟ ବାତ ଜ୍ୱର ନିରାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଗୋଷ୍ଠିରେ ସମସ୍ତଙ୍କ ଦେହରୁ ଫାଇଲେରିଆ ବା ବାତଜ୍ୱର କୀଟାଣୁ ନଷ୍ଟ କରିବା ପାଇଁ ଲଗାତର ୫ ରୁ ୬ ବର୍ଷ ପର୍ଯ୍ୟନ୍ତ ସେହି ଗୋଷ୍ଠିର ଶତକଡ଼ା ୮୫ ଭାଗରୁ ଅଧିକ ଲୋକ ବର୍ଷର ଗୋଟିଏ ଦିନ ବାତଜ୍ୱର ନିରାକରଣ ପାଇଁ ଦିଆଯାଉଥିବା ଡି.ଇ.ସି. ଓ ଆଲବେଣ୍ଡାଜଲ ବଟିକା ସେବନ କରିବା ନିହାତି ଆବଶ୍ୟକ । କେବଳ ଦୁଇ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅନେକ ଦିନ ଧରି ରୋଗରେ ପିଡ଼ିତ ଥିବା ଲୋକମାନଙ୍କୁ ଛାଡ଼ି ଅନ୍ୟ ଅନୁଶାରେ ଡି.ଇ.ସି. ବଟିକା ଓ ଆଲବେଣ୍ଡାଜଲ ବଟିକା ଡି.ଇ.ସି.ବଟିକାରୁ ୧ଟି ଓ ଆଲବେଣ୍ଡାଜଲ ବଟିକାରୁ ୧ଟି ୬ ରୁ ୧୪ ବର୍ଷ ବୟସର ପିଲା ଡି.ଇ.ସି.ବଟିକାରୁ ୨ଟି ଓ ଆଲବେଣ୍ଡାଜଲ ବଟିକାରୁ ୧ଟି ପେଟପୁରା ଖାଇ ସାରିବା ପରେ ପରେ ଖାଇବେ ଏବଂ ୧୫ବର୍ଷ ବା ତା’ ଠାରୁ ଅଧିକ ବୟସର ଲୋକ ଡି.ଇ.ସି.ବଟିକାରୁ ୩ଟି ଓ ଆଲବେଣ୍ଡାଜଲ ବଟିକାରୁ ୧ଟି ପେଟପୁରା ଖାଇ ସାରିବା ପରେ ପରେ ଖାଇବେ । ଖାଲି ପେଟରେ ଏହି ବଟିକା ଖାଇବାକୁ ମନାକରାଯାଇଛି । ଯେଉଁମାନଙ୍କ ଦେହରେ ଅଧିକ ପରିମାଣର ବାତଜ୍ୱର କୀଟାଣୁ ଥାଆନ୍ତି, କେବଳ ସେମାନଙ୍କ ଠାରେ କେତେକ ସାଧାରଣ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇପାରେ । ବାତଜ୍ୱର କୀଟାଣୁ ମରିବା ଯୋଗୁଁ ଏପରି ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇଥାଏ । ବାତଜ୍ୱରର କୌଣସି ଲକ୍ଷଣ ଦେଖାନଗଲେ ମଧ୍ୟ ଶରୀରରେ ବାତଜ୍ୱରର ପରଜୀବୀ କୀଟାଣୁ ଥାଇପାରନ୍ତି । ତେଣୁ କେବଳ ଦୁଇ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅନେକ ଦିନ ଧରି ରୋଗରେ ପିଡ଼ିତ ଥିବା ଲୋକମାନଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଏହି ଔଷଧ ଖାଇବା ନିହାତି ଆବଶ୍ୟକ । ଥରେ ଗୋଦର ହୋଇଗଲେ, ଏହାର ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ କୌଣସି ଚିକିତ୍ସା ନାହିଁ । କନ୍ଧମାଳ ଜିଲ୍ଲାରେ ୧୦ ରୁ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ରହିଛି । ସମସ୍ତେ ମିଶି ଆମ ଜିଲ୍ଲା କନ୍ଧମାଳକୁ ବାତଜ୍ୱର ମୁକ୍ତ କରିବାକୁ କନ୍ଧମାଳ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ସମସ୍ତେ ଏହି ଔଷଧ ସେବନ କରିପାରିବେ । ବୟସ ଦିଆଯାଇଥାଏ । ୨ ରୁ ୫ ବର୍ଷ ବୟସର ଶିଶୁ ପେଟପୁରା ଖାଇ ସାରିବା ପରେ ପରେ ଖାଇବେ ।

hiranchal ad1
Leave A Reply

Your email address will not be published.

seven + 4 =