ଭବାନୀପାଟଣା: ସମାଜସେବୀ ପ୍ରକାଶକ ଚନ୍ଦ୍ର ଶେଖର ପ୍ରଧାନଙ୍କ ଆଜି ଚିକିତ୍ସାଧୀନ ଅବସରରେ ପରଲୋକ ହୋଇଛି । ପରଲୋକ ବେଳକୁ ତାଙ୍କର ବୟସ ୮୬ ବର୍ଷ ହୋଇଥିଲା । ସେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଚକ୍ର ନଗରଠାରେ ଜନ୍ମଗ୍ରହଣ କରିଥିଲେ । ଦୀର୍ଘଦିନ ଧରି ଶ୍ୱାସ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ । ସେ ଜଣେ ମିଷ୍ଟଭାଷୀ,ପରୋପକାରୀ ସମାଜସେବୀ ଓ ପ୍ରକାଶକ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁତ୍ର ମୁନା ଓ ସନ୍ତୁ ସମେତ ତିନି ଝିଅ ଜ୍ୱାଇଁ, ନାତି ନାତୁଣୀ,ସମ୍ପର୍କୀୟ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ତାଙ୍କ ଇଚ୍ଛାକୁ ପୂରଣ କରିବା ନିମନ୍ତେ ଜନ୍ମ ମାଟି ବଦଳରେ ପୁରୀ ସ୍ୱର୍ଗ ଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଜ୍ୟୋଷ୍ଠ ପୁତ୍ର ମାନସ ପ୍ରଧାନ ମୁଖାଗ୍ନି ଦେଇଥିଲେ ।