ପିପିଲି କଂଗ୍ରେସ କାର୍ଯ୍ୟାଳୟ ପୋଡିଲେ ଦୁର୍ବୃତ୍ତ

0 53

ପୁରୀ: ପୁଣି ଅଶାନ୍ତ ଆଡକୁ ଯାଉଛି ପିପିଲି ପୌର ନିର୍ବାଚନ । ଦେଖା ଦେଲେଣି ରାଜନୈତିକ ହିଂସା । ଆକ୍ରୋଶର ଶିକାର ହୋଇଛି କଂଗ୍ରେସର ପାର୍ଟି ଅଫିସ । ପିପିଲି ଏନଏସି ୭ ନମ୍ବର ୱାର୍ଡ ଭିତରେ ହୋଇଥିବା କଂଗ୍ରେସ କ୍ୟାମ୍ପକୁ ବିଳମ୍ବିତ ରାତିରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । କଂଗ୍ରେସର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ କରିଥିବା କଂଗ୍ରେସ କାର୍ଯ୍ୟଳୟକୁ କେହି ଦୁର୍ବୃତ୍ତ ଗତକାଲି ରାତିରେ ନିଆଁ ଲଗାଇ ଦେଇଥିବା ଜଣାପଡିବାରେ ଉତେଜନା ଦେଖାଦେଇଛି । ତେବେ ଅଭିଯୁକ୍ତ ତୁରନ୍ତ ଗିରଫ କରିବକୁ କଂଗ୍ରେସ ଦାବି କରିଛି । ସେପଟେ ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପରିସ୍ଥିତି କଡା ନଜର ରଖାଯାଇଛି ।

hiranchal ad1
Leave A Reply

Your email address will not be published.

two × 5 =