ବାପାକୁ ଠେଙ୍ଗାରେ ବାଡେଇ ହତ୍ୟା କଲା ପୁଅ

0 60

ପୁରୀ: ପୁରୀ ଜିଲ୍ଲା ପିପିଲିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ନିଜ ଜନ୍ମିତ ପୁଅର ଠେଙ୍ଗା ମାଡରେ ଜଣେ ବାପାଙ୍କର ମୃତ୍ୟୁ ହୋଇଛିା ପୁରୀ ଜିଲ୍ଲା ପିପିଲି ଥାନା କଣ୍ଟି ପଞ୍ଚାୟତର ସାନକଣ୍ଟି ଗ୍ରାମରେ ଆଜି ଭୋର୍‌ରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ ହୃଷୀକେଶ ପ୍ରଧାନ । ତାଙ୍କ ସାନ ପୁଅ ଜିତୁ ନିଶାଶକ୍ତ ଅବସ୍ଥାରେ ନିଜ ବାପାକୁ ଠେଙ୍ଗାରେ ବାଡେଇ ଅତି ନୃଶଂସ ଭାବେ ହତ୍ୟା କରିଛି । ନିଶା ଖାଇବାକୁ ନେଇ ପୁଅକୁ ବାପା ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସବୁ ମହଲରେ ଏହାକୁ କଡ଼ା ନିନ୍ଦା କରାଯାଇଛି । ଅଭିଯୁକ୍ତ ସାନ ପୁଅ ଜିତୁକୁ ସ୍ଥାନୀୟ ଲୋକେ ଧରି ପୋଲିସ୍‌କୁ ଦେଇଛନ୍ତି । ଏହି ହତ୍ୟା କାଣ୍ଡ ଘଟଣା ପଛରେ ଥିବା କାରଣ ଅନୁସନ୍ଧାନ କରୁଚି ପୋଲିସ୍‌ । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ମୃତ ହୃଷୀକେଶ ପ୍ରଧାନଙ୍କ ଦୁଇ ପୁଅ ଅଛନ୍ତି । ଅଭିଯୁକ୍ତ ଜିତୁ ହୃଷୀକେଶଙ୍କ ସାନ ପୁଅ । ସେ ଏକ ଟ୍ରାକ୍ଟର ଡ୍ରାଇଭର । ତେବେ ଜିତୁ ସବୁ ବେଳେ ମଦ ପିଇ ଘରକୁ ଆସେ । ଯାହାକୁ ବାପା ହୃଷୀକେଶ ବିରୋଧ କରନ୍ତି । ଏହାକୁ ନେଇ ପୂର୍ବରୁ ଅନେକ ଥର ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଚି । ଏଣୁ ଏହି ନିଶା ଖାଇବାକୁ ନେଇ ଗତକାଲି ମଧ୍ୟ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥଲା । ପରବର୍ତ୍ତୀ ସମୟରେ ଏହି ଝଗଡାକୁ ନେଇ ନିଶାରେ ଥିବା ଜିତୁ ଉତ୍ତ୍ୟକ୍ତ ହୋଇ ଯାଇଥିଲା । ପରେ ବାପାକୁ ନିସ୍ତୁକ ମାଡ ମାରିଥିଲେ । ଏକ କୁରାଢିରେ ବାପାକୁ ହତ୍ୟା କରିଥିଲା । ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଜିତୁକୁ କାବୁ କରି ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି । ସେପଟେ ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି ପାରିବାରିକ କଳହକୁ ନେଇ ଏହି ହତ୍ୟା କାଣ୍ଡ ହୋଇଛି । ଗତକାଲି ରାତି ଜିତୁ ଘର୍‌କୁ ଆସିଥିଲେ । ତେବ ବିଭିନ୍ନ କଳହକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମଦ୍ୟପାନ କରିଥିବା ଜିତୁ ନିଜର ହିତାହିତ ଜ୍ଞାନ ହରାଇ ବାପା ହୃଷିକେଶ ପ୍ରଧାନଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା । ଠେଙ୍ଗାରେ ନିସ୍ତୁକ ମାଡ ମାରିବାରୁ ବାପା ହୃଷିକେଶଙ୍କ ମୃତ୍ୟୁ ହୋଇଛି । ତେବେ ଅଭିଯୁକ୍ତ ଜିତୁକୁ ପୋଲିସ୍‌ ଅଟକ ରଖିଥିବା ବେଳେ ହତ୍ୟା କାଣ୍ଡରେ ବ୍ୟବହାର ହୋଇଥିବା ଠେଙ୍ଗାକୁ ପୋଲିସ୍‌ ଜବତ କରିଛି ।
ମଦ୍ୟପାନ, ନିଶାସେବନ କେତେ ଭୟଙ୍କର ହୋଇ ପରେ ହୃଷୀକେଶଙ୍କୁ ହତ୍ୟା ଘଟଣାରେ ପ୍ରମାଣିତ ହୋଇଛି । ମଣିଷ ନିଶା ଖାଇଲେ ସବୁ ହିତାହିତ ଜ୍ଞାନ ଭୁଲି ଯାଇଥାଏ । ନିଶା ସମ୍ପର୍କ ମଧ୍ୟ ଦେଖେ ନାହିଁ । ନିଶା ଯୋଗୁ ବାପାକୁ ପୁଅ ହତ୍ୟା କରିଚି । ଯୁବପିଢି ନିଶାର ଶିକାର ହୋଇ ଅନେକ ଅପରାଧ ଘଟାଉଛନ୍ତି । ନିଶା ଦ୍ୱାରା ଯୁବ ପିଢ଼ି ପଥ ଭ୍ରଷ୍ଟହୋଇ ନିଜର ଭବିଷ୍ୟତ ଅନ୍ଧକାରକୁ ଠେଲି ଦେଉଥିବା ବେଳେ ବିଭିନ୍ନ ଅପରାଧ କରି ସମାଜର ମଧ୍ୟ ବେଶ୍‌ କ୍ଷତି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

3 × four =