ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0 68

ସାରଙ୍ଗଡ: ଆଜି ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା କନ୍ଧମାଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସାରଙ୍ଗଡ କୁଇ ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ବିସକେସନ ପ୍ରଧାନ, ଏସ.ସି ମୋର୍ଚ୍ଚା ରାଜ୍ୟ ଉପ ସଭାପତି ରାମବିଶି ଦିଗାଲ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ବସନ୍ତ କୁମାର ପ୍ରଧାନ, କନ୍ଧମାଳ ବିଜେପି ଯୁବ ମୋର୍ଚ୍ଚା ଗୋଲକ ବିହାରୀ କହଁର, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ମାନଗୋବିନ୍ଦ ପ୍ରଧାନ, ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀମତୀ ଝୁଲିମା ଦଳବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଇଭେନେଶ୍ୱର ପ୍ରଧାନ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ହରେନ ସାହୁ ଯୋଗ ଦେଇଥିଲେ । କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାରେ କେବଳ ୫୨ ପ୍ରତିଶତ ଆଦିବାସୀ ବାସକରନ୍ତି । କିନ୍ତୁ ସର୍ବଦା ଆଦିବାସୀଙ୍କୁ ସରକାର ଅବହେଳା ଓ ଉପେକ୍ଷିତ କରୁଛନ୍ତି । କେନ୍ଦ୍ର ସରକାର ଆଦିବାସୀମାନଙ୍କ ହିତ ନିମନ୍ତେ ଦେଉଥିବା ଶହ ଶହ କୋଟି ଟଙ୍କା ସୁଚାରୁ ରୂପେ କାର୍ଯ୍ୟକାରୀ ହେଉନାହିଁ । ଆଇଟିଡିଏକୁ ଆସୁଥିବା କୌଣସି ସହାୟତା କିମ୍ବା ଉନ୍ନତିମୂଳକ କାର୍ଯ୍ୟ ନ ହେବା, ଆଦିବାସୀ ଝିଅ, ମହିଳା ମାନଙ୍କ ପ୍ରତି ହେଉଥିବା ଅସଦାଚରଣ, ହତ୍ୟା ଭଳି ଅପରାଧକୁ ଓଡିଶା ସରକାର ଗୁରୁତ୍ୱ ନଦେବା, ଆଦିବାସୀ ଜଙ୍ଗଲ ଜମି ପଟା ଠିକ ସେ ନ ମିଳିବା ଲଘୁ ବଣ୍ୟଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ନ ମିଳିବା କେନ୍ଦ୍ରରୁ ଆସୁଥିବା ସହାୟତାକୁ ଓଡିଶା ସରକାର ପାତର ଅନ୍ତର କରିବା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । ବିଜେଡି ସରକାର ଦୀର୍ଘ ବର୍ଷ ଶାସନ କାଳରେ କିପରି ମନମୁଖୀ ଶାସନ କରି ଓଡିଶାକୁ ଅବନତି ଆଡକୁ ନେବାସହ ଦିନକୁଦିନ ବେକାରୀ ସମସ୍ୟା ଦରିଦ୍ରତା ଅପରାଧ ଲୁଣ୍ଠନ ନାରୀ ନିର୍ଯାତନା ବହୁଳ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି କିପରି ବୁଥ ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତରରେ ଆଗକୁ ବଢିବା ସହ ଆଗାମୀ ଦିନରେ ଶାସନକୁ ଆସିପାରିବ ଏବଂ ତୃଣମୂଳ ସ୍ତରରୁ ବିଜେପିକୁ ସଂଗଠନ କରିବା ପାଇଁ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ବୁଝାଇଥିଲେ ଏବଂ ରାଜନୈତିକ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ଓଡିଶା ସରକାର ଯଦି ଆଦିବାସୀଙ୍କୁ ତାଙ୍କର ନାର୍ଯ୍ୟ ଦାବି ନ ମିଳେ ତାହାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବୈଠକରେ ସ୍ଥିର ହୋଇଛି ।

hiranchal ad1
Leave A Reply

Your email address will not be published.

twelve + 4 =