କୁଆଁରିଆ ଜଳଭଣ୍ଡାରରେ ହେବ ବୋଟିଂ ବ୍ୟବସ୍ଥା

0 348

ଦଶପଲ୍ଲା : କୁଆଁରିଆ ଡ଼୍ୟାମ୍‌ରେ ବୋଟିଂର ମଜାନେବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଭିନ୍ନ ଡ୍ୟାମ୍‌ ତଥା ଜଳଭଣ୍ଡାରର ପାରିପାର୍ଶ୍ୱକ ଉନ୍ନତି କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ କରାଯାଇଛି । ଏସବୁର ଉନ୍ନତି ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାକଳନ କରାଯାଇଛି । ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାର କୁଆଁରିଆ ଜଳଭଣ୍ଡାର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜଳଭଣ୍ଡାରରେ ପାର୍କ ଏବଂ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ବିକାଶ ପ୍ରତି ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁତ୍ୱ ଦେଇଥିବା ବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟର ତଦାରଖ କରାଯାଇଛି । ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ସମେତ ତହସିଲଦାର କୁମାର ରଥ ଏବଂ ଜଳ ସମ୍ପଦ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହାର ପାରିପାର୍ଶ୍ୱକ ସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି । ଖୁବ୍‌ଶୀଘ୍ର ଡିପିଆର୍‌ ପ୍ରସ୍ତୁତ ହେବା ସହ ଏହାର କିଭଳି ବିକାଶ ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

six − four =