ଯାତାୟାତରେ ଅସୁବିଧା ହେଉଥିବାରୁ ଗାଁ ରାସ୍ତା ସଫା କଲେ ଗ୍ରାମବାସୀ

0 70

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ପୋଢ଼ମୁଣ୍ଡ ଗାଁ ଥାଇ ମଧ୍ୟ ଦୀପ ତଳେ ଅନ୍ଧାର ଭଳି ବହୁ ଅସୁବିଧାରେ ଅଛନ୍ତି । ସୂଚନା ମୁତାବକ, ଗାଁ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ, ଛୋଟ ଛୋଟ ପିଲାମାନେ ସ୍କୁଲ ଗଲା ବେଳେ ଦୁର୍ଘଟଣା ହେଉଛନ୍ତି । ଗାଁର ବିଦ୍ୟାଳୟ ଖପ୍ରାଖୋଲକୁ ସ୍ଥାନାନ୍ତରିତ କରାଯାଇଛି । ଗାଁରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନାହିଁ ଓ ପାନୀୟ ଜଳ ର ମଧ୍ୟ ବ୍ୟବସ୍ଥା ନ ଥିବା ଅଭିଯୋଗ କରିଛନ୍ତି । ଏହି ସବୁ ସମସ୍ୟାକୁ ନେଇ ପ୍ରଶାସନ ଠୁ ଆରମ୍ଭ କରି ରାଜନେତାଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି । ଯାହାଫଳରେ ଗ୍ରାମବାସୀଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏହି ରାସ୍ତା ଉପରେ ଗ୍ରାମର ୯୯% ଲୋକେ ନିର୍ଭର କରିଥାନ୍ତି । ସେଥିପାଇଁ ଆଗାମୀ ଦିନରେ ଉକ୍ତ ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବା ପାଇଁ କହିଛନ୍ତି । ଏହି ସମସ୍ୟା ପ୍ରତି ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − twelve =