ଆସନ୍ତାକାଲି ପୁରୀରେ ହେବ ନୂଆ ଓ ଉତ୍ସବ ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ୫-ଟି ଅଧ୍ୟକ୍ଷ

0 83

ପୁରୀ : ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ନୂଆ ଓ ଉତ୍ସବ ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏହି ଡିଜିଟାଲ ଉତ୍ସବରେ ଯୋଗ ଦେବେ । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର କ୍ୟାରିୟର ପାଇଁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ପ୍ରଦାନ କରିବେ । ଜୀବନର ସଫଳତା ପାଇଁ କଠିନ ପରିଶ୍ରମ ଛଡ଼ା କୌଣସି ବିକଳ୍ପ ନଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ପାଣ୍ଡିଆନ । ଏଥିସହ ଯୁଗ ସହ ତାଳ ଦେଇ ଟେକ୍ନୋଲୋଜି ବ୍ୟବହାର କରି କ୍ୟାରିଅରକୁ କିଭଳି ଆଗକୁ ନେଇ ହେବ ସେନେଇ ପରାମର୍ଶ ଦେବେ ପାଣ୍ଡିଆନ । ତେବେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଏକ ଅଭିନବ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କର ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ରିଲ୍ସ, ଭିଡିଓ ଓ ଫଟୋ ଗ୍ରାଫିରେ ଓଡ଼ିଶାର ରୂପାନ୍ତରଣକୁ ସ୍ଥାନ ଦେବା ନେଇ ଏହି କାର୍ଯ୍ୟକ୍ରମରେ ବ୍ୟବସ୍ଥା ରହିଛି । ସେହିପରି କୁଇଜ୍‌ ପ୍ରତିଯୋଗିତା ମାଧ୍ୟମରେ ଦକ୍ଷ ପିଲାଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଆସନ୍ତାକାଲି ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାକୁ ଥିବାବେଳେ ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିବେ । ସେହିପରି ପୁରୀ ଭୂଦାନ ଠାରେ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେବ । ଯେଉଁଥିରେ ଆଗାମୀ ନିର୍ବାଚନରେ ଦଳ କିଭଳି ଲଢେଇ କରିବ, କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖରେ ନେତା ପହଞ୍ଚିବେ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିବେ ଭି.କେ. ପାଣ୍ଡିଆନ । ତେବେ ଆସନ୍ତାକାଲିର ଏହି କାର୍ଯ୍ୟକ୍ରମକୁ ନେଇ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି ।

hiring

hiranchal ad1
Leave A Reply

Your email address will not be published.

18 − 17 =