ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ

0 77

ପୁରୀ : ଆଜି ତୀର୍ଥରାଜ ମହୋଦଧିଙ୍କ ସନ୍ଧ୍ୟା ଆରତୀର ୧୮ତମ ବାର୍ଷିକ ଉତ୍ସବ ପୁରୀ ସ୍ୱର୍ଗଦ୍ୱାର ବେଳାଭୂମିଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ । ପୌଷପୂର୍ଣ୍ଣିମା ଅବସରରେ ମହୋଦଧି ଆଳତୀର ୧୮ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ଥିବାବେଳେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହେବ । ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଉଥାଏ । ଆଜି ଏହାର ୧୮ତମ ବାର୍ଷିକ ଉତ୍ସବ ପାଳନ କରାଯାଉଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ଗଜପତି ମହାରାଜା ଦିବ୍ୟସିଂହ ଦେବ, କେନ୍ଦ୍ରମନ୍ତ୍ରୀ ବିଶେଷ୍ୱର ଟୁଡୁଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ଉପସ୍ଥିତ ରହି ଧାର୍ମିକ ଜ୍ଞାନ ବାର୍ତ୍ତା ସହ ଦିବ୍ୟ ସନ୍ଦେଶ ଭକ୍ତଜନଙ୍କୁ ପ୍ରଦାନ କରିବେ । ବିଶ୍ୱର କଲ୍ୟାଣ ଓ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଆଳତୀ କରାଯାଉଥିବା ବେଳେ ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ତେବେ ଅପରାହ୍ନରେ ମହୋଦଧି ଆରତୀ ଆରମ୍ଭ କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏହି ଆଳତୀ କରିବେ ।

hiranchal ad1
Leave A Reply

Your email address will not be published.

eleven − seven =