ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବିରେ ବଲାଙ୍ଗୀର ବନ୍ଦ, ଧାରଣାରେ ଯୋଗଦେଲେ ବିଧାୟକ ମୁକେଶ ମହାଲିଙ୍ଗ

0 91

ବଲାଙ୍ଗୀର : ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବୀରେ ବଲାଙ୍ଗୀର ଏକ୍ସନ କମିଟୀ ଡାକରାରେ ଓ ଜିଲ୍ଲା ଓକିଲ ସଂଘର ସମର୍ଥନରେ ଆଜି ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, କୋର୍ଟ କଚେରୀ ସମେତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏକ୍ସନ କମିଟୀର ବିନୋଦ କାଲସାଏ, ଗୋବିନ୍ଦ ଶତପଥୀ, ପ୍ରମୋଦ ସାହୁ ଓ ଅନ୍ୟମାନେ ସକାଳୁ ପିକେଟିଂ କରିଥିଲେ । ପରେ ଏକ୍ସନ କମିଟୀ ତଥା ବଲାଙ୍ଗୀର-ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ, ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା, ପଦ୍ମଶ୍ରୀ ନୃସିଂହ ପ୍ରସାଦ ଗୁରୁ, ଗୁରୁଶ୍ରୀ ଘାସିରାମ ମିଶ୍ର ଓ କଂଗ୍ରେସ ଦଳ ଜିଲ୍ଲା ସଭାପତି ଦିଲିପ ବେହେରା, ବିଧୁଭୁଷଣ ତ୍ରୀପାଠୀ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ସମାଜସେବୀ ବିକ୍ରମାନନ୍ଦ ବହିଦାର, ଡ. ଲକ୍ଷ୍ମୀକାନ୍ତ ମହାପାତ୍ର, ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ସଂପାଦକ ଅଧିକାରୀ ଦନ୍ତା, ପୂର୍ବତନ ସଭାପତି ପ୍ରମୋଦ ତ୍ରିପାଠୀ ଓ ପ୍ରବୀଣ ମିଶ୍ର, ପୂର୍ବତନ ସଂପାଦକ ଅମନ ନାଗ, ବରିଷ୍ଠ ଆଇନଜୀବୀ ବୈଷ୍ଣବ ମିଶ୍ର, ଜୟରାମ ମିଶ୍ର, ଭବାନୀ ଶତପଥୀ, ଜୟକୃଷ୍ଣ ସାହୁ, ରାଧାକାନ୍ତ ମହାକୁଡ,ଗୋପାଳ ହୋତା, ପ୍ରମୋଦ ବହିଦାର ଓ ଟେକ୍ସବାର ଏସୋସିଏସନର ଚିତ୍ତରଞ୍ଜନ ଦାସ ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ସପକ୍ଷରେ ଯୁକ୍ତି ରଖିବା ସହ କାଳକ୍ଷେପଣ ନୀତି ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବଜରଙ୍ଗ ଦଳର ସୌମ୍ୟରଞ୍ଜନ ମିଶ୍ର, କୋସଲ ମୁକ୍ତି ମୋର୍ଚ୍ଚାର ବିକାଶ ସା, ଅବସରପ୍ରାପ୍ତ ସୈନିକ ସଂଘର ପ୍ରତାପ ରଥ, ବଲାଙ୍ଗୀର ନାଗରିକ କମିଟୀ ସଭାପତି ବେଲାର ସିଂ ଭୋଇ ଓ ସଂପାଦକ ମନୋରଞ୍ଜନ ସାହୁ, କୋସଲବାଦୀ ଚାଷୀ ଓ ଶ୍ରମିକ ନେତା ବିଭୁଦତ୍ତ ମିଶ୍ର, ରବି ମିଶ୍ର, ନାରୀନେତ୍ରୀ ବନଶ୍ରୀ ଆଚାର୍ଯ୍ୟ, ଅନୁସୟା ବେଚ୍‌, ବାସନ୍ତି ବେଚ୍‌ , ନିରୂପମା ଉଦଗାତା, ରଞ୍ଜିତା ପାଣିଗ୍ରାହୀ, ଆରତୀ ଗୁରୁ, ସସ୍ମିତା ବେହେରା ଓ ଅନ୍ୟମାନେ ଯୋଗଦାନ କରି ମତାମତ ରଖିଥିଲେ । ଏକ୍ସନ କମିଟୀର ମୁନା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ପୂର୍ବରୁ ବଲାଙ୍ଗୀର ଠାରେ ହାଇକୋର୍ଟ ଥିଲା । ଆଜିବି ଜିଲ୍ଲା ଦୌରାଜଜ ହାଇକୋର୍ଟ ଏକ୍ସଅଫିସ ଓ ରେଜିଷ୍ଟାର ଅଛନ୍ତି । ଐତିହାସିକ, ଭୌଗଳିକ ଇତ୍ୟାଦି ଦୃଷ୍ଟିରୁ ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ହେବା ଉଚିତ୍‌ । କାଳକ୍ଷେପଣ ନୀତି ଛାଡି ତୁରନ୍ତ ପଦକ୍ଷେପ ନିଆଯାଉ ଅନ୍ୟଥା ଅନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି । ପାଟଣାଗଡ, କଂଟାବାଞ୍ଜି, ଟିଟିଲାଗଡ ଓ ଅନ୍ୟ ସ୍ଥାନରେ ମଧ୍ୟ ବନ୍ଦ ପ୍ରଭାବ ପଡିଥିବା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

1 × 3 =