ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ

0 57

ପୁରୀ : ଆଜି ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଇରାୱାଡି ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ଚିଲିକାର ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍‌ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକଟି ଟିମରେ ୫ ଜଣ ସଦସ୍ୟ ରହିଛନ୍ତି । ୨ଟି ରେଂଜ୍‌କୁ ୩ ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଖାସ ସାତପଡ଼ା ଚିଲିକାରେ ଇରାୱାଡ଼ି ଡଲଫିନ, ବଟଲ ନୋଜ୍‌ ଡଲଫିନ ଦେଖା ଯାଇଥାନ୍ତି । ଗତ ବର୍ଷ ତୁଳନାରେ ସମଗ୍ର ଚିଲିକାରେ କେତେ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ହି ଜଣାପଡିବ ବୋଲି ଡ଼ଲଫିନ ଗଣନାକାରୀ ମାନେ କହିଛନ୍ତି । ବନ ବିଭାଗ ଏବଂ ସିଡିଏ କର୍ତ୍ତୃପକ୍ଷଙ୍କ ମିଳିତ ଅନୁକୂଲ୍ୟରେ ଚିଲିକାରେ ଡ଼ଲଫିନ ଗଣନା ଜାରି ରହିଛି । ଏଥିରେ ବନ ବିଭାଗର କର୍ମଚାରୀ, ସ୍ୱେଚ୍ଛାସେବୀ, ଓୟୁଟି ଛାତ୍ର ଛାତ୍ରୀ, ମଟର ବୋଟ ଆସୋସିଏସନ ସାମିଲ ହୋଇଛନ୍ତି । ଚଳିତ ବର୍ଷ କେତେ ପ୍ରଜାତିର ସମଗ୍ର ଚିଲିକାକୁ ଡ଼ଲଫିନ ଆସିଛନ୍ତି ତାହା ଗଣନା ପରେ ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ବନ କର୍ମଚାରୀ ମାନେ କହିଛନ୍ତି । ଚିଲିକାରେ ସକାଳ ୬ ଟାରୁ ଆରମ୍ଭ ହୋଇଛି ଡ଼ଲଫିନ ଗଣନା ଦିନ ୧୨ ଯାଏଁ ଚାଲିବ ଥିଲା । ସମସ୍ତ ଗଣନା କରି ମାନେ ସାତପଡ଼ା ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି । ବାଲୁଗାଁ ଓ ସାତପଡ଼ାରେ କେତେ ଡଲଫିନ ସମସ୍ତ ତଥ୍ୟ ଭୁବନେଶ୍ୱର ପିଶିସିଫ କାର୍ଯ୍ୟାଳୟରେ ଘୋଷଣା କରାଯିବ ।

hiranchal ad1
Leave A Reply

Your email address will not be published.

17 − 4 =