ସମୁଦ୍ରରେ ଭାସି ଯାଇ ପୁଣି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

0 85

ପୁରୀ:ପୁଣି ପୁରୀ ସମୁଦ୍ରରେ ଅଘଟଣ । ୨୪ ଘଣ୍ଟା ନପୁରୁଣୁ ପୁଣି ଦୁଇଟି ମୁଣ୍ଡ ନେଲା ସମୁଦ୍ର । ସେହି ସମାନ ସ୍ଥାନ ସେକ୍ଟର ୧୩ରେ ଘଟିଛି ଏଭଳି ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଇ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଶ୍ରୀରାମପୁରର ଅରିନ୍ଦମ ଦାସ । ତେବେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନାହିଁ । ସମୁଦ୍ରରେ ଭାସି ଯିବା ପରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଦୁଃଖର ବିଷୟ ଦୁଇ ପର୍ଯ୍ୟଟକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଗତକାଲି ପଶ୍ଚିମବଙ୍ଗରୁ ଆସିଥିବା ରଞ୍ଜନ ଦାସ ଓ ତାଙ୍କ ପୁଅ ରିସବ୍‌ ଦାସ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ପରେ ସୁରକ୍ଷିତ ସମୁଦ୍ର ସ୍ନାନକୁ ନେଇ ପ୍ରଶ୍ନ ଉଠିଛି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

two × four =