ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 114

ବାଲିଗୁଡ଼ା: ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ଉପାନ୍ତ ବ୍ଲକ୍‌ କୋଟଗଡ଼ ବନାଞ୍ଚଳରେ ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡ଼ିଓ, ତହସିଲଦାର, ଅଗ୍ନିଶମ ବାହିନୀ, କେନ୍ଦୁଲିଭ୍‌ ରେଞ୍ଜର, ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି, ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷ,ସମସ୍ତ ଲୋକ ପ୍ରତିନିଧି, ଗାଁ ମୁଖିଆ ଓ ସ୍ଥାନୀୟ ଜନସାଧାରଣଙ୍କୁ ନେଇ କୋଟଗଡ଼ ବନାଞ୍ଚଳ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହୁଲ ଫୁଲ ଓ ଶାଳ ମଞ୍ଜି ସଂଗ୍ରହ କରିବା ଏବଂ ପୋଡ଼ୁ ଚାଷ କରିବା ପାଇଁ ସାଧାରଣତଃ ଲୋକେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହେବା ସହ ଜଙ୍ଗଲି ଜନ୍ତୁଙ୍କ ଜୀବନ ହାନି ଘଟୁଛି । ଏଣୁ ଅଞ୍ଚଳବାସୀଙ୍କୁ ଏନେଇ ଅଧିକ ସଚେତନ କରାଇବା ପାଇଁ ବନ ବିଭାଗ ପକ୍ଷରୁ ଏକ ବୈଠକ ମାଧ୍ୟମରେ ଜଙ୍ଗଲ ନିଆଁକୁ ରୋକିବା ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା । କୋଟଗଡ଼ ଫରେଷ୍ଟର ପ୍ରଭାତ କୁମାର ଦୋରା ଏବଂ ବନାଞ୍ଚଳର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳବାସୀ ଅଧିକ ସଚେତନ ହେବେ ଏବଂ ଜଙ୍ଗଲ ସୁରକ୍ଷା ପ୍ରତି ଆମେ ମଧ୍ୟ ବନ ବିଭାଗକୁ ସହଯୋଗ କରିବୁ ବୋଲି କହିଛନ୍ତି ସମସ୍ତ ଅଧିକାରୀ,ଜନ ପ୍ରତିନିଧି ଓ ଅଞ୍ଚଳବାସୀ ।

hiranchal ad1
Leave A Reply

Your email address will not be published.

seventeen − 10 =