୪ର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା

0 90

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଜିଲ୍ଲା କ୍ରୀଡା ଇଣ୍ଡୋର ହଲଠାରେ ଫୁଲବାଣୀ ମାର୍ଶାଲ ଆର୍ଟ୍ସ ଏକାଡେମୀ ଓ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଚତୁର୍ଥ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବିଭାଗରେ ଯଥା କିରୋଗୀ ଓ ପୁଂସି ପ୍ରତିଯୋଗିତା କରାଯାଇଥିଲା ।
ସବଜୁନିଅର (୫-୧୧ବର୍ଷ), କ୍ୟାଡେଟ (୧୨-୧୪ବର୍ଷ), ଜୁନିଅର (୧୫-୧୭ବର୍ଷ ) ଓ ସିନିଅର (୧୮ବର୍ଷ ଓ ଉଦ୍ଧ୍ୱର୍ ) ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ ।
କନ୍ଧମାଳ ଜିଲାରୁ ୧୦୦ ରୁ ଉଦ୍ଧ୍ୱର୍ ବାଳକ ଓ ବାଳିକା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜାତୀୟ ରେଫରୀ ଏମ. ରିତିକ ରଞ୍ଜନ ମହାପାତ୍ର ଓ ଶିବାନନ୍ଦ ରାୟଗୁରୁ ଏହି ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘ ଦ୍ୱାରା ନିଯୁକ୍ତି କରାଯାଇଥିଲା ।
ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ, ଜିଲ୍ଲା ସଙ୍ଘର ସଭାପତି ପ୍ରତାପ କୁମାର ମୁଖି ଓ ସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ଉଦଘାଟନ କରିଥିଲେ ।
କନ୍ଧମାଳ ଜିଲ୍ଲାର କୋଚ ରମାକାନ୍ତ ବେହେରା, ପ୍ରିତମ କୁମାର ପ୍ରଧାନ ଓ ମଦନ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ । ସର୍ବ ଶେଷରେ ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜଙ୍କୁ ସାଉଥ କୋରିଆରୁ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର କୋର୍ସ ସଫଳତା ହାସିଲ କରି ଫେରିବା ଅବସରରେ ଜିଲ୍ଲା ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

2 × 4 =