ପୁରୀ ଜିଲ୍ଲାରେ ସିକିମ ଜମିପଟ୍ଟା ପ୍ରଦାନ ସମାରୋହ

0 119

ପୁରୀ : ରାଜ୍ୟରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ଼ ହୋଇଥିବା ଜମିର ଦଖଲକାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ । ବର୍ଷ ବର୍ଷ ଧରି ସେମାନେ ସେହି ଜମିରେ ରହୁଥିଲେ ମଧ୍ୟ ସେମାନଙ୍କର ଅଧିକାର ସେ ଜମିରେ ନ ଥିଲା । ଆଜି ଠାରୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି କ୍ରମେ ସେହି ଜମିର ମାଲିକ ସେହି ଦଖଲକାରୀ ମାନେ ହୋଇପାରିଛନ୍ତି । ଆଜି ଅପରାହ୍ନ ରେ ଟାଉନ ହଲ ପରିସରରେ ପୁରୀ ଜିଲ୍ଲାରେ ପଟ୍ଟା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ଯୋଗ ଦେଇ ଲୋକଙ୍କ ଆବଶ୍ୟକତା ପୂରଣ ଓ ଅସୁବିଧାକୁ ଦୂର ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ ।
୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ଇଛା ଶକ୍ତି ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ ।
ପୁରୀ ଜିଲ୍ଲା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ନିଜ ଜାଗାରେ ରହି ମଧ୍ୟ ନିଜର ବୋଲି କହିପାରୁ ନ ଥିବା ଲୋକଙ୍କ ଅଧିକାରକୁ ସରକାର ସିକିମ ପଟ୍ଟା ମାଧ୍ୟମରେ ଯୋଗାଇ ଦେଇଛନ୍ତି ଯାହା ଏକ ଗର୍ବ ଓ ଗୌରବ ର କଥା । ୬୦ ବର୍ଷ ଧରି ଶଙ୍କା ଓ ଦ୍ୱନ୍ଦ ରେ ଥିବା ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ଏହା ଏକ ବଡ ଉପହାର ବୋଲି କହିଥିଲେ । ଜିଲ୍ଲାପାଳ ବିଜୟ କୁମାର ଦାଶ ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ୮୮୭୮ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି ବୋଲି କହିଥିଲେ । ଏହି ସମାରୋହରେ ୫୦୦ ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ମଞ୍ଚରେ ଉପସ୍ଥିତ ଥିବା ହିତାଧିକାରୀ ସଦର ତହସିଲର ରଞ୍ଜୁ ଭୋଇ ଜମିକୁ ନେଇ ସଂଶୟରେ ଥିବା ଆମ ମାନଙ୍କୁ ଜମି ମାଲିକ ବନାଇ ମୁଖ୍ୟମନ୍ତ୍ରୀ ଆମକୁ ବହୁତ ସମ୍ମାନ ଦେଇଛନ୍ତି । ଆମ ପର ପିଢ଼ି ପାଇଁ ଏହା ଏକ ସୁରକ୍ଷିତ ଅଧିକାର ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର ସହଦେବ ସାହୁ ଓ ବିଭିନ୍ନ ତହସିଲରୁ ଆସିଥିବା ହିତାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

14 − two =