ରାୟଗଡାରେ ଜଣେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ଅକାଳ ବିୟୋଗ

0 76

ରାୟଗଡା: ପରିଣତ ବୟସରେ ଘରୁ ବାହାରି ତୀର୍ଥଯାତ୍ରା କରିବାକୁ ଯାଇଥିଲେ ଜଣେ ତୀର୍ଥଯାତ୍ରୀ । ହେଲେ ଆଉ ସେ ଘରକୁ ଫେରିଲେ ନାହିଁ । ରାୟଗଡାରେ ତାଙ୍କର ଅକାଳ ବିୟୋଗ ଘଟିଛି । ମୃତ ତୀର୍ଥଯାତ୍ରୀ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଳା ସଦର ମହକୁମା ସ୍ଥିତ ପୂଜାରିଗୁଡା ସାହିର ୬୬ବର୍ଷିୟ ରାଜେନ୍ଦ୍ର କୁମାର ପରିଡା । ଆଜି ସକାଳେ ଭାରତ ଗୈାରବ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଶିରିଡି-ନାସିକ ତୀର୍ଥ ସ୍ଥାନରୁ ସେ ଫେରିଥିଲେ । ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ କୋରାପୁଟ ଜିଲ୍ଳାର ତୀର୍ଥଯାତ୍ରୀ ଭାବେ ଆସି ରାୟଗଡାରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଗତ ଡିସେମ୍ବର ୧୯ତାରିଖରେ ଶିରିଡି ଓ ନାସିକ ତୀର୍ଥ ସ୍ଥାନକୁ ଯାତ୍ରା କରିଥିଲେ । ମୃତ ଶ୍ରୀ ପରିଡା ୬ଦିନର ଏହି ଯାତ୍ରା ସମୟରେ ସମସ୍ତଙ୍କ ସହ ଅତି ଆନନ୍ଦଉଲ୍ଳାସରେ ତୀର୍ଥସ୍ଥାନ ଭ୍ରମଣ କରିଥିବା ନେଇ ଏସକର୍ଟ ଅଫିସର ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଏପରିକି ଆଜି ଭୋର ୫ଟା ସମୟରେ ଟ୍ରେନଟି ରାୟଗଡା ରେଳ ଷ୍ଟେସନରେ ପଂହଚିବା ପରେ ନିଜ ବଗିରେ ଥିବା ସମସ୍ତ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ଓହ୍ଳାଇବାରେ ସେ ସହଯୋଗ କରିଥିଲେ । ପରେ ସେ ନିଜ ଛାତିରେ ଯନ୍ତ୍ରଣା ଅନୁଭବ କରି ପ୍ଳାଟଫର୍ମରେ ବସି ପଡିଲେ । ତୁରନ୍ତ ତାଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଏହା ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥାଇ ପାରେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ତୀର୍ଥଯାତ୍ରୀ ଶ୍ରୀ ପରିଡାଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ବର୍ଗଙ୍କୁ ଜଣାଯାଇଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ତୀର୍ଥଯାତ୍ରୀଙ୍କ ମଧ୍ୟହରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଥାଉ କି, ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ୪ର୍ଥ ପର୍ଯ୍ୟାୟରେ ରାୟଗଡା ସମେତ ଦକ୍ଷିଣାପଶ୍ଚିମାଂଚଳର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡା ଓ କଳାହାଣ୍ଡି ଭଳି ଜିଲ୍ଳାଗୁଡିକରୁ ୯୫୦ରୁ ଉଦ୍ଧ୍ୱର୍ ତୀର୍ଥଯାତ୍ରୀଙ୍କୁ ଶିରିଡି ଓ ନାସିକ ତୀର୍ଥସ୍ଥାନକୁ ଭ୍ରମଣ କରାଯାଇଥିଲା । ଗତ ୧୯ତାରିଖରେ ରାୟଗଡା ରେଳ ଷ୍ଟେସନରୁ ଭାରତ ଗୈାରବ ସ୍ୱତନ ଟ୍ରେନ୍‌ ଯୋଗେ ତୀର୍ଥଯାତ୍ରୀମାନେ ଭ୍ରମଣ କରିଥିବା ବେଳେ ୧୮ତାରିଖ ରାତ୍ରରେ ଗାଇଡ୍‌ ଭାବେ ନିଯୁକ୍ତ ହୋଇ ନବରଙ୍ଗପୁର ଜିଲ୍ଳାରୁ ଆସିଥିବା ଜଣେ ପିଇଟି ଶିକ୍ଷକଙ୍କ ମଧ୍ୟ ରାୟଗଡାରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।

hiranchal ad1
Leave A Reply

Your email address will not be published.

15 − eleven =