ସୁବର୍ଣ୍ଣପୁର ବନଖଣ୍ଡ ପକ୍ଷରୁ ବାର୍ଷିକ ସମୀକ୍ଷା ଅନୁଷ୍ଠିତ

0 108

ସୁବର୍ଣ୍ଣପୁର: ଜିଲ୍ଲା ବନବିଭାଗ ପକ୍ଷରୁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବାର୍ଷିକ ସମୀକ୍ଷା ୨୦୨୨-୨୩ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଳ ଶର୍ମାଙ୍କ ଅଧ୍ୟତାରର ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାରବ ଓଏଫ୍‌ଏସ୍‌ଡିପି ପ୍ରକଳ୍ପ ପରିଚାଳନା ସଂସ୍ଥା ଭୁବନେଶ୍ୱରରୁ ଉପ ପ୍ରକଳ୍ପ ନିର୍ଦ୍ଦେଶକ ଯଶୋବନ୍ତ ବରିହା, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାରରଞ୍ଜନ କହଁର ଯୁଗ୍ମ ବନ ପରିଚାଳନା ମାଧ୍ୟମରେ ବନ ସୁରକ୍ଷା ସମିତି ସହଭାଗିତାରର ଜଙ୍ଗଲ ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରକଳ୍ପ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପ୍ରତିପାଦନ କରିବାକୁ ଯାଇ ବନଖଣ୍ଡ ଅଧିକାରୀ ଜଙ୍ଗଲ ଅଭିବୃଦ୍ଧି ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀଙ୍କ ଜୀବନ ଜୀବିକା ଓ ଆର୍ଥିକ ବିକାଶ ସମ୍ଭବ ବୋଲି ଅଭିହିତ କରିଥିଲେ । ସହକାରୀ ବନ ସଂରକ୍ଷକ ପ୍ରଫୁଲ୍ଲ କୁମାର ଧରୁଆ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ୟ ପର୍ଯ୍ୟାୟ ମାଧ୍ୟମର ସୋନପୁର, ଉଲୁଣ୍ଡା ଓ ବିନିକା ବନାଞ୍ଚଳ ଅଧୀନରେ ଥିବା ମୋଟ ୮୪ଟି ବନ ସୁରକ୍ଷା ସମିତି ପକ୍ଷରୁ ସମ୍ପାଦନ କରାଯାଇଥିବା ବିଭିନ୍ନ ଜଙ୍ଗଲ ଉ୍ନୟନ କାର୍ଯ୍ୟକ୍ରମ ସହ ଆବର୍ତ୍ତନ ପାଣ୍ଠି ସହାୟତାରେ ଅତି ଗରିବ ପରିବାରମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ଆୟବୃଦ୍ଧି କାର୍ଯ୍ୟକ୍ରମ ଓ ଖର୍ଚ୍ଚ ଅଟକଳ ଉପସ୍ଥାପନ କରିଥିଲେ । ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉପନିର୍ଦ୍ଦେଶକ, କୃଷି ବିଭାଗ ଅଧିକାରୀ, ସହ ଉଦ୍ୟାନ କୃଷି ଅଧିକାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ, ଲିଡ ବ୍ୟାଙ୍କ ଅଧିକାରୀ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ନିର୍ଦ୍ଦେଶକ ଆଦି ଯୋଗଦାନ କରି ନିଜ ନିଜ ବିଭାଗର ଯୋଜନା ବିଷୟରେ ଜଣାଇବା ସହ ଏକାଭିମୁଖିକରଣ ମାଧ୍ୟମରେ ଗ୍ରାମୀଣ ବିକାଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରର ବିଭିନ୍ନ ବନ ସୁରକ୍ଷା ସମିତି ମାଧ୍ୟମରେ ଉତ୍ପାଦିତ ଜଙ୍ଗଲଜାତ ଦ୍ରବ୍ୟ ସହ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶିନୀ ଅନୁଷ୍ଠିତ ହୋଇଥିଲା । ଏହି ବିଷୟ ବସ୍ତୁ ବିଶେଷଜ୍ଞ ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବନମାଳୀ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ଭକ୍ତବନ୍ଧୁ ମିଶ୍ର, ସୌଭାଗ୍ୟ ରଞ୍ଜନ ସ୍ୱାଇଁ, ଅମିତ କୁମାର ମହାପାତ୍ର, ରାହୁଲ ଗୁପ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପ କର୍ମକର୍ତ୍ତା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ଅବିନାଶ ବରିହା, ଉଲୁଣ୍ଡା, ବିନିକା ଓ ସୋନପୁରର ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ, ଓଏଫଏସଡିପି କାର୍ଯ୍ୟକର୍ତ୍ତା, ବିଭିନ୍ନ ବନ ସୁରକ୍ଷା ସମିତିର ନେତୃତ୍ୱ ମଣ୍ଡଳୀ, ସ୍ୱୟଂ ସହାୟକ ଦଳ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 + 15 =