ଟାଟା ପାୱାର୍‌ କମ୍ପାନୀ ଏମଡିଙ୍କ ବିରୁଦ୍ଧରେ ଏତାଲା

0 186

ସୁବର୍ଣ୍ଣପୁର: ଟାଟା ପାୱାର୍‌ କମ୍ପାନୀର ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି ଓ ମିଥ୍ୟା କାଗଜପତ୍ର, ବିଲ ଭାଉଚର ତିଆରି କରି, ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରି, ଧମକ ଚମକ ଦେଇ ବେଆଇନ ଭାବେ ପୂର୍ବର ଏରୀୟର ଟଙ୍କା ଆଦାୟ ପ୍ରତିବାଦରେ ଆଜି ଖାରୀ ସେକ୍ସନ ଅନ୍ତର୍ଗତ ବଲାଡି, ଡୁଙ୍ଗୁରିପାଲି, କୁଟାସିରା ଇତ୍ୟାଦି ଗ୍ରାମର ଉପଭୋକ୍ତା ତରଭା ଥାନାରେ ୧୮ ଗୋଟି ଏତାଲା ଦେଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ବଲାଡି ଗ୍ରାମର ଗଣ୍ଡା ପଡାର ଉପଭୋକ୍ତା ମାନଙ୍କ ବିଜୁଳିକୁ ଆକ୍ରୋଶମୂଳକ ଭାବେ କାଟିଦେଇଥିବାରୁ ସେମାନେ ମଧ୍ୟ ଏତାଲା ଦେଇଥିବା ଜଣାପଡିଛି ।
ସୁବର୍ଣ୍ଣପୁର ଜିଲ୍ଲାରେ ଗରିବ କୃଷକ ଓ ଜନସାଧାରଣଙ୍କ ଉପରେ ଟାଟା ପାୱାର୍‌ କମ୍ପାନୀ ଓ ତାହାର କର୍ମଚାରୀ ମାନଙ୍କ ଅତ୍ୟାଚାର ବଢିଯାଇଛି । କୌଣସି ଜାଗାରେ କମ୍ପାନୀ ତରଫରୁ ମିଟର ଲଗାଯାଇ ନଥିବା ବେଳେ ହଠାତ ୪୫୦୦୦, ୬୦୦୦୦ ଟଙ୍କା ଲେଖାଏଁ ଏରୀୟର ବିଲ ଦିଆଯାଇଛି । ପୁଣି ସମ୍ପୂର୍ଣ୍ଣ ଏରୀୟର ରୁ କମସେ କମ ଅଧା ଟଙ୍କା ଜୋର ଜବରଦସ୍ତ ଦାଦାଗିରି କରି ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ଅନ୍ୟଥା ଖୁମ୍ବରୁ ଲାଇନ କାଟିଦିଆ ଯାଉଛି । ଖାରୀ ସେକ୍ସନ ଅଧୀନରେ ବଲାଡି, କୁଟାସିରା, ନାରାୟଣପୁର ଆଦି ଗ୍ରାମରେ ଶହ ଶହ ଉପଭୋକ୍ତାଙ୍କୁ ଜବରଦସ୍ତ ଟଙ୍କା ମଗାଯାଉଥିବା ପ୍ରକାଶ । ପୁଣି ବଲାଡି ଗ୍ରାମର କ୍ଷୀରୋଦ୍ର ସେଠ, ଈଶ୍ୱର ସାହୁ, ପଞ୍ଚା ବରିହା ଓ ବେଦ ଖଣ୍ଡଗିରି ଆଦି ଅନେକ କୃଷକ ମାନେ ଲିଫ୍ଟ ଇରିଗେସନ ବିଭାଗରୁ ଡିପବୋରୱେଳ ମାନ ଖୋଲିଥିଲେ । କିନ୍ତୁ ୟାଙ୍କର କୂଅରୁ ପାଣି ବାହାରୁନଥିଲା । ଏଣୁ କୂଅହିଁ ନାହିଁ । କିନ୍ତୁ ଟାଟା ପାୱାର୍‌ ତରଫରୁ ମିଥ୍ୟା କନେକ୍ସନ ଦର୍ଶାଇ ୪୮,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ଲେଖା ବିଲ ଆସିଛି । ଏଭଳି ଅନ୍ୟାୟ ତୁରନ୍ତ ବନ୍ଦ କରା ନଯିବାରୁ ଆଗାମୀ ଦିନରେ ଟାଟା ପାୱାର ଏମ୍‌ ଡି ଗଜାନନ ଏସ କାଲେଙ୍କ ନାମରେ ଏଫ୍‌ ଆଇଆର୍‌ ଦିଆଯାଇଛି ଓ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଏମ୍‌ ଡି ଗଜାନନ ଏସ କାଲେ ଦାୟୀ ରହିବେ । ତେବେ ଏଥିରେ କେବଳ ବଲାଡି ଗ୍ରାମର ହରିଜନପଡା ର ଲାଇନ ସମ୍ପୂର୍ଣ୍ଣ ଭାବେ ଆକ୍ରୋଶ ମୂଳକ ଭାବରେ କାଟି ଦିଆଯାଇ ଥିବା ସତ୍ୟ ନନ୍ଦ ନାମକ ଜଣେ ଉପଭୋକ୍ତା ଅଭିଯୋଗ କରି କହିଛନ୍ତି । ବର୍ତ୍ତମାନର ବିଲ୍‌ ଟଙ୍କାକୁ ନେଇ ସମ୍ପୂର୍ଣ୍ଣ ଭାବେ ଏରିଅର ଟଙ୍କାକୁ ଛାଡ କରିବାକୁ ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

twelve − 10 =