ଦଶପଲ୍ଲା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଳିତ

0 124

ଦଶପଲ୍ଲା : ଦଶପଲ୍ଲା ଏନ୍‌ଏସି ସମେତ ଦଶପଲ୍ଲା ବ୍ଲକ ଅଧିନ ବିଭିନ୍ନ ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ଖୁବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଚନ୍ଦ୍ରଗ୍ରହଣ ଥିବାରୁ ସୋମବାର ବିଭିନ୍ନ ଦେବାଳୟ ଓ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଭିଡ଼ ପରିଲକ୍ଷିତ ହୋଇଥିଲା । ବିଶେଷ ଭାବେ ଦଶପଲ୍ଲାର ବାଣୀଗୋଛା, ଯୋଗେଶ୍ୱର ପୀଠ, ବୁଗୁଡା କଲୋନୀ ବାସୁଦେବ ମନ୍ଦିର ,ଭୀମରା ପୀଠ , ପୁରୁଣା ଦଶପଲ୍ଲା , କୁଂଜବନ ଗଡ଼, ସାତପାଟଣା ଆଦି ପ୍ରମୁଖ ସ୍ଥାନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଦଶମୀ ଠାରୁ ବିଭିନ୍ନ ପୀଠରେ ଘଟସ୍ଥାପନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହେବା ସହ ପାଂଚଦିନ ଧରି ଅନୁଷ୍ଠାନ ପକ୍ଷରୁ ମାତୃମଣ୍ଡଳ ଦ୍ୱାରା ନାମ ସଂକୀର୍ତ୍ତନ ହୋଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଦଶପଲ୍ଲାର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକଙ୍କ ନେତୃତ୍ୱରେ,ଦଶପଲ୍ଲା ସ୍ୱାଭିମାନ ପରିବାରର ଆଗଧାଡିର କର୍ମକର୍ତ୍ତା,ପ୍ରଦୋଶ୍‌ କୁମାର ଜେନା, ସନ୍ତୋଷ ପ୍ରଧାନ,ବାପୁଜୀ ସାହୁ ପ୍ରମୂଖ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିବା ସହିତ ବିଭୂକୃପା ଲାଭ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 3 =