ଲୋନ୍‌ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, ଠକ ଯୁବକ ଥାନାରେ ଅଟକ

0 354

ବାଲିଗୁଡ଼ା: ଲୋନ୍‌ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ସମ୍ପୃକ୍ତ ଯୁବକଙ୍କୁ ଘେରିଲେ ଲୋନ୍‌ ଆବେଦନକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଶଂକର ଜେନା ନାମକ ଜଣେ ଯୁବକ ରୁଦ୍ର ଫାଇନାନ୍ସ ନାମକ ଏକ ଫେକ୍‌ ସଂସ୍ଥା ଖୋଲି ଗତ କିଛି ମାସ ହେବ ବାଲିଗୁଡ଼ା ଅଞ୍ଚଳର କିଛି ଲୋକଙ୍କୁ ଲୋଭ ଦେଖାଇ ଲୋନ୍‌ କରାଇଦେବାକୁ କହି ଲୋକଙ୍କ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ସୁଯୋଗ ପାଇ କିଛି ଲୋକ ଏକାଠି ହୋଇ ସମ୍ପୃକ୍ତ ଠକ୍‌ ଯୁବକକୁ ଘେରିଥିଲେ ଏବଂ ଟଙ୍କା ଫେରାଇବାକୁ କହିଥିଲେ । ଘଟଣା ସମ୍ପର୍କରେ ପୋଲିସ୍‌ ଖବରପାଇ ଘଟଣାସ୍ଥଳରେ ପହଁଚି ଠକ୍‌ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ସମ୍ପୃକ୍ତ ଯୁବକଙ୍କ ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

2 × three =