ବୀରମହାରାଜପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଅନଶନ

0 252

ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୬ଶହରୁ ଉଦ୍ଧ୍ୱର୍ ଅଙ୍ଗନବାଡି କର୍ମୀ ଓ ସହାୟିକା ନିଜର ନିୟମିତ ସରକାରୀ ଚାକିରୀ ମାନ୍ୟତା ଦାବିରେ ବ୍ଲକ ସଭାନେତ୍ରୀ ଶ୍ରୀମତୀ ମମତା ପଣ୍ଡାଙ୍କ ନେତୃତ୍ୱରେ ଆଜି ଅନଶନ କରୁଥିବା ଦେଖିବାକୁ ମିଳିଛି । ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଆ ଅଙ୍ଗନବାଡି ସଙ୍ଘ ତରଫରୁ ସରକାରଙ୍କ ସବୁ ବିଭାଗର କାମକୁ ସଫଳ ରୂପାୟନ କରୁଥିବା ଅଙ୍ଗନବାଡି କର୍ମୀ ଓ ସହାୟକ ମାନଙ୍କୁ ଦୀର୍ଘ ଦିନ ଧରି ବାରମ୍ବାର ସରକାରୀ ଚାକରି ମାନ୍ୟତା ଦାବୀ, ଅବସରକାଳୀନ ସହାୟତା ରାଶି ବୃଦ୍ଧି କରିବା ଦାବୀ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ଓ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ହେଁ ସରକାର କୌଣସି ପ୍ରକାର ସମାଧାନ ନ କରି ଓଲଟା କାର୍ଯ୍ୟ ଭାର ଲଦି ଦେଉଛନ୍ତି । ଫଳରେ ଆଜି ବୀରମହାରାଜପୁର ବ୍ଲକ ଅଙ୍ଗନବାଡି ସଂଘ ତରଫରୁ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପଠାଇ ଥିବା ଜଣାଯାଇଛି । ସେମାନଙ୍କ ଦାବୀ ହେଲା ଯେ,୨୦୧୮ ରୁ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାଯାଉ, ଅଙ୍ଗନବାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହଁ ସେତେଦିନ ପର୍ଯ୍ୟନ୍ତ କର୍ମୀ ମାନଙ୍କୁ ୧୮ ହଜାର ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବା ସହ ଇପିଏଫ୍‌ ଓ ଗ୍ରାଚୁଏଟରେ ସାମିଲ କରାଯାଉ,ମିନି ଅଙ୍ଗନବାଡି ଉଚ୍ଛେଦ କରି ସେମାନଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା ପ୍ରଦାନ କରାଯାଉ, ଅଙ୍ଗନବାଡି କର୍ମଚାରୀ, ମିନି ଅଙ୍ଗନବାଡି କର୍ମଚାରୀ ଓ ସହାୟିକା ମାନଙ୍କୁ ଅବସର କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ ପରିବାର ଜଣକୁ ଚାକିରି ଦେବା ଆଦି ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × one =