ମାରୱାଡି ଯୁବାମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର

0 173

ସୁବର୍ଣ୍ଣପୁର: ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ସୋନପୁର ମାରୱାଡି ଯୁବାମଞ୍ଚ ପକ୍ଷରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଏସପି ଅମରେଶ ପଣ୍ଡା, ଏଡିଏମଓ ମେଡିକାଲ ଡ଼. ଦୁର୍ଗା ଦତ୍ତ ଦାଶ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ମାରୱାଡି ସମାଜର ସଭାପତି ଗୋପାଳ ଭୂତ, ମାରୱାଡି ଯୁବା ମଞ୍ଚ ସଭାପତି ଅମିତ ଅଗ୍ରୱାଲ ମଞ୍ଚାସିନ ଥିଲେ । ସୁବର୍ଣ୍ଣପୁର ଜ଼ିଲ୍ଲାରେ ଯୁବ ଓ ମହିଳା ରକ୍ତ ଦାତା, ଆୟୋଜକଙ୍କ ଉତ୍ସାହ ଉଦ୍ଦିପନାକୁ ଓ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହକୁ ଖୁବ ପ୍ରଶଂସା କରି ମହିଳା ରକ୍ତ ଦାତାଙ୍କ ମଧ୍ୟରେ ଆହୁରି ଆଗ୍ରହ ସୃଷ୍ଟି ପାଇଁ ଏକ ସ୍ୱତନ୍ତ୍ର ମହିଳା ୟୁନିଟ ଗଢିବାକୁ ଜ଼ିଲ୍ଲାପାଳ ଶ୍ରୀ ରାୟ ମତ ରଖିଥିଲେ । ଜ଼ିଲ୍ଲାରେ ରକ୍ତ ବର୍ଗ ଚି଼ହ୍ନଟ ପାଇଁ ଏକ ସ୍ୱତନ୍ତ୍ର ସଂଗଠନ ଗଢିବାକୁ ପରାମର୍ଶ ଦେଇଥିଲେ । ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଅଙ୍ଗ ଦାନ ଘୋଷଣା କରିଥିବା ଯୁବ ଦମ୍ପତି ଆଦିକନ୍ଦ ଦେହୁରୀ, ଲତିକା ଦେହୁରୀଙ୍କୁ ସମ୍ବର୍ଦ୍ଧିତ କରି ଜ଼ିଲ୍ଲାପାଳ ଭାବ ବିହ୍ୱଳ ହୋଇ ଏମାନେ ହିଁ ଆଗାମୀ ପିଢ଼ି ପାଇଁ ପ୍ରେରଣା ବୋଲି ମତ ରଖିଥିଲେ । ଅଯଥାରେ ଦୁର୍ଘଟଣାରେ ରାସ୍ତାରେ ରକ୍ତ ନ ଯାଉ ଜୀବନ ନ ଯାଉ, ଆମେ ସୁରକ୍ଷିତ ଗାଡି ଚଳାଇ ନିଜ ରକ୍ତକୁ ଜୀବନକୁ ବଞ୍ଚାଇ ରୋଗୀକୁ ରକ୍ତ ଦେବକ୍ଷ ଜୀବନ ବଞ୍ଚାଇବାକୁ ଆଜି ଦିନରେ ସଂକଳ୍ପ ନେବା ବୋଲି ଏସପି ଶ୍ରୀ ପଣ୍ଡା କହିଥିଲେ । ସୋନପୁରରେ ରକ୍ତଦାତାଙ୍କ ଉତ୍ସାହ ପାଇଁ ଆମେ ସମସ୍ତେ ଗର୍ବିତ ଓ ଏଥିରେ ସାରା ରାଜ୍ୟ ଦେଶ ପ୍ରେରିତ ହେଉ ବୋଲି ଏଡିଏମଓ ତଥା ବିବିଓ ଡ଼. ଦାଶ କହିଥିଲେ । ନନ୍ଦ କିଶୋର କମାଣି ସଭା ସଂଯୋଜନା କରିଥିବା ବେଳେ ଯୁବା ମଞ୍ଚର ସମ୍ପାଦକ ଅଙ୍କିତ ଅଗ୍ରୱାଲ, ଉପ ସଭାପତି ରଜତ ଅଗ୍ରୱାଲ, ସହ ସମ୍ପାଦକ ଅଭିଷେକ ଅଗ୍ରୱାଲ ସମେତ ମାରୱାଡି ସମାଜ ଓ ଯୁବା ମଞ୍ଚର ସମସ୍ତ କର୍ମକର୍ତ୍ତା ସହ ଯୋଗ କରିଥିଲେ । ସ୍ୱଚ୍ଛ ଭାରତ ସଂଗଠନ, ରକ୍ତ ଦାତା ସଂଘ ଓ ବୁଢା ରଜା ସଂଗଠନର ସମସ୍ତ କର୍ମକର୍ତ୍ତା ସଭାରେ ଯୋଗ ଦେଇ ରକ୍ତ ଦାତା ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ପ୍ରକାଶ ଥାଉ ଯେ ଗତ ୧୧ ରୁ ୧୮ତାରିଖ ଯାଏ ଏ ସମାଜ ପକ୍ଷରୁ ଜାତୀୟ ସ୍ତରରେ ଏ ସମସ୍ତ ଶିବିର ଆୟୋଜନ ହୋଇଛି ଏବଂ ୧ ଲକ୍ଷ ୧୧ ହଜାର ୧୧ ୟୁନିଟ ରକ୍ତ ସଂଗ୍ରହ ଏହାର ଲକ୍ଷ୍ୟ ବୋଲି ସୂଚନା ମିଳିଛି । ବଲାଙ୍ଗୀର ଓ ସୋନପୁର ବ୍ଳ୍ଲଡ଼ ବ୍ୟାଙ୍କର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =