ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ଅନ୍ତର୍ଗତ ଜାମଝରି ଠାରେ ୧୫୦୦୦ ଦକ୍ଷତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡ଼ା ପାଳନ କେନ୍ଦ୍ରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଇ. ଟି. ଡି.ଏ ଦ୍ୱାରା ମିଶନ ଜୀବିକା ଯୋଜନା ଦ୍ୱାରା ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଫଳରେ ଜିଲ୍ଲାର ଅଣ୍ଡା ଆବଶ୍ୟକ ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କର ଏହା ଏକ ଅଭିନବ ପ୍ରୟାସ ଏହି କାର୍ଯ୍ୟକ୍ରମରେ ଡୋକରା ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟାମାନେ ଏହି ଫାର୍ମର ପରିଚାଳନା ଦାୟିତ୍ୱ ନେଇଥିବା ବେଳେ ସେମାଙ୍କର ଆର୍ଥିକ ଉନ୍ନତି ହୋଇପାରିବ ବୋଲି ପ୍ରକଳ୍ପ ପ୍ରଶାସକ ନରେଶ ଚନ୍ଦ୍ର ଶବର ପ୍ରକାଶ କରିଥିଲେ । ଜିଲ୍ଲା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି ଡା.ଅଳକା ପଟ୍ଟନାୟକ, ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡା ସନ୍ତୋଷ ପଟ୍ଟନାୟକ କହିଥିଲେ । ଦୁତିପଡା ସରପଞ୍ଚ ଶ୍ରୀମତୀ ଜାନକୀ ଜାନୀ, ଖଜୁରୀପଡା ମିଶନ ଶକ୍ତି ସଂଯୋଜକ ଏମବିକେ ଶ୍ରୀମତୀ କଲ୍ୟାଣୀ ଦାସ ବୈଠକରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏହି ପ୍ରକଳ୍ପରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଆଗାମୀ ୩ ସପ୍ତାହ ପରେ କୁକୁଡ଼ା ମାନେ ଅଣ୍ଡା ଦେବା ଆରମ୍ଭ କରିବେ । ଆଇଟିଡିଏ ତରଫରୁ ସମ୍ପୂର୍ଣ୍ଣ ମାଗଣା ସହାୟତା ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଆଇଟିଡିଏର ଜୀବିକା ବିଶେଷଜ୍ଞ ବୈଦ୍ୟନାଥ ଖଟୁଆ ସଭା ପରିଚାଳନା କରିଥିଲା ବେଳେ ନେତ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।