ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପ୍ରଥମ ତୁଷାରପାତ,ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ

0 201

ବାଲିଗୁଡ଼ା: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ପାରଦ ତଳମୁହାଁ ହେବା ସହ ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,ବେଲଘର, ଦାରିଙ୍ଗବାଡି ଆଦି ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରବଳ ଜାଡ଼ ଅନୁଭୂତ ହେଉଛି । ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁର ଆଶ୍ରୟ ନେଇଥିବା ଦେଖିବାକୁ ମିଳୁଛି । ଜାଡ଼ରେ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ପାରଦ ତଳମୁହାଁ ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଜାଡ଼ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

hiring

hiranchal ad1
Leave A Reply

Your email address will not be published.

1 + five =