ମାନସିକ ରୋଗୀଙ୍କୁ ସହଯୋଗର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

0 74

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର କରୋନା ଯୋଦ୍ଧା ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ ଜଣେ ରୋଗୀଙ୍କୁ ବ୍ୟକ୍ତିଗତ ଭାବରେ ସହଯୋଗର ହାତ ବଢ଼ାଇଛନ୍ତି । ସୂଚନା ଥାଉକି ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମର ଅନ୍ତର୍ଯ୍ୟାମୀ ଯୋଶୀ (୫୦) ଦୀର୍ଘ ୧୫ ବର୍ଷ ହେଲା ମାନସିକ ରୋଗରେ ପୀଡିତ ହୋଇ ଏକ ବନ୍ଦ କୋଠରୀ ଭିତରେ ପଡି ରହିଛନ୍ତି । ସେ ବିବାହ କରିନଥିବା ବେଳେ ତାଙ୍କର ସେବା ପୁତୁରା ଓ ପୁରୁରା ବୋହୂ ସେବା କରୁଛନ୍ତି । ଦୁଃଖର ବିଷୟ ଯେଉଁ ଦୁଇଜଣ ମାନସିକ ରୋଗୀର ସେବା କରୁଛନ୍ତି ସେମାନେ ମଧ୍ୟ ସ୍ୱାମୀ ସ୍ତ୍ରୀ ଦୁଇଜଣ ମୁକ । ଏ ପରିପ୍ରେକ୍ଷୀରେ ମାନସିକ ବିକୃତ ଯୋଶୀ ଭଳ ହେବାର ପରିବେଶ ସୃଷ୍ଟି ହୋଇ ପାରିନାହିଁ । ଏହି ଖବର ଡକ୍ଟର ଅନ୍ନଦା ଶଙ୍କର ଦାସଙ୍କ ଜ୍ଞାତରେ ଆସିଲା ପରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ରଞ୍ଜିତ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଜିଲା ମାନସିକ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର ଓ ଟିମ ବରଗାଁ ଗ୍ରାମକୁ ଯାଇ ଅନ୍ତର୍ଯ୍ୟାମୀ ଯୋଶୀଙ୍କ ଚିକିତ୍ସାର ଦାୟିତ୍ୱ ନେଇ ଗୋଟିଏ ମାସର ଔଷଧ ପ୍ରଦାନ କରିଛନ୍ତି । ସୂଚନା ଥାଉକି ତିନି ରୋଗୀ ସମେତ ଚିକିତ୍ସା କରୁଥିବା ପରିବାର ଭିନ୍ନକ୍ଷମରେ ଅନ୍ତର୍ଭୁକ୍ତ କିନ୍ତୁ ତାଙ୍କୁ ଅନ୍ତର୍ଦୟ କାର୍ଡରେ ସାମିଲ କରାଯାଇ ନାହିଁ । ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଡାକ୍ତର ଅନ୍ନଦା ଶଙ୍କର ଦାସଙ୍କ ଉଦ୍ୟମରେ ଚିକିତ୍ସା ଦଳ ଆଗଭର ହୋଇ ଚିକିତ୍ସା ହାତକୁ ନେଇଥିବାରୁ ଅଞ୍ଚଳବାସୀ ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

four + nineteen =