ବେଆଇନ୍‌ ଗୋରୁ ଚାଲାଣକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ବିରୋଧ; ୩୫ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଜଣେ ଚାଲାଣକାରୀ ଅଟକ

0 538

ବାଲିଗୁଡ଼ା: ବେଆଇନ୍‌ ଗୋରୁ ଚାଲାଣକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳର ବିରୋଧ । ବୌଦ୍ଧ ଜିଲ୍ଲାରୁ କନ୍ଧମାଳ ଜିଲ୍ଲା ପକାରୀ ଅଞ୍ଚଳକୁ ଗୋରୁ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଆଜି ସକାଳୁ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଅଧ୍ୟକ୍ଷ ବିଶ୍ୱଜିତ୍‌ ପାତ୍ର ନିଜ ସହଯୋଗୀଙ୍କ ସହ ବାଲିଗୁଡ଼ା ଆଦର୍ଶ ବିଦ୍ୟାଳୟ ନିକଟରୁ ୩୫ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରିବା ସହ ଜଣେ ଚାଲାଣକାରୀକୁ ଅଟକ ରଖିଥିବା ଜଣାପଡ଼ିଛି । ଏଥିସହିତ ବାଲିଗୁଡ଼ା ପୋଲିସକୁ ଏନେଇ ସୂଚନା ଦେଇଛନ୍ତି ବିଶ୍ୱଜିତ୍‌ । ବାରମ୍ବାର ଏଭଳି ବେଆଇନ୍‌ ଗୋରୁ ଚାଲାଣ ହେଉଥିବା ବେଳେ ଗୋମାତାଙ୍କ ସୁରକ୍ଷା ଜରୁରୀ ହୋଇପଡ଼ିଛି । ଦଲାଲମାନେ ବିଭିନ୍ନ ଅଞ୍ଚଳରୁ ଗୋରୁ କିଣି କଂସେଇ ହାତରେ ଟେକିଦେଉଥିବା ଅଭିଯୋଗ କରିଛି ବଜରଙ୍ଗ ଦଳ । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ବେଆଇନ୍‌ ଗୋରୁ ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ରାଷ୍ଟ୍ରୀୟ ବଜରଙ୍ଗ ଦଳ । ସେପଟେ ପକାରୀ ଅଞ୍ଚଳର ୫/୬ ଜଣ ଗୋରୁ ବେପାରୀ ଏଭଳି ଗୋରୁ ଚାଲାଣ କରୁଛନ୍ତି । ଆମେ ଗୋରୁ କିଣାଯାଉଥିବା ସ୍ଥାନରୁ ଗୋରୁଙ୍କୁ ଚଲାଇ ଚଲାଇ ଠିକଣା ସ୍ଥାନରେ ପହଁଚାଉଛୁ ଏବଂ ପାରିଶ୍ରମିକ ପାଉଛୁ ବୋଲି କହିଛନ୍ତି ଚାଲାଣକାରୀ ।

hiranchal ad1
Leave A Reply

Your email address will not be published.

2 × five =