ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା

0 86

ଦେବଗଡ : ଯୁବକଙ୍କୁ ଇଟାରେ ଛେଚି ନିର୍ମମ ହତ୍ୟା । ଯୁବକଙ୍କୁ ହତ୍ୟା ପରେ ଶବକୁ ଜଙ୍ଗଲରେ ପୋତିଦେଲେ ଅଭିଯୁକ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣରୁ ଜଣେ ଯୁବକଙ୍କୁ ହତ୍ୟା କରିଦେଲେ ଅଭିଯୁକ୍ତ । ଏହାପରେ ମୃତକଙ୍କ ଶବକୁ ନିକଟରେ ଥିବା ଜଙ୍ଗଲରେ ପୋତିଦେଇଥିଲେ । ତେବେ ଏ ସଂପର୍କରେ ଖବର ପାଇ ପୋଲିସ ତଦନ୍ତ ଜାରି ରଖିଛି । ଏପିରିକି ଜଙ୍ଗଲ ମଧ୍ୟରୁ ମୃତଦେହକୁ ଉଦ୍ଧାର କରାଯାଇଛି ।
ତେବେ କୌଣସି କାରଣକୁ ନେଇ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ କିଏ କିଏ ସାମିଲ ଅଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୁରା ଘଟଣାର ସବିଶେଷ ତଦନ୍ତ ହେଲେ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

17 − 6 =