ଏଏମସିଏସ ମହାବିଦ୍ୟାଳୟରେ ଖୋଲିଲା ପିଜି

0 80

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ୨୦୨୩-୨୦୨୪ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତରରେ ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଏହି ପାଞ୍ଚୋଟି ବିଭାଗରେ ପିଜି ପଢିବା ପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅନୁମତି ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ଗରିବ ଆଦିବାସୀ, ହରିଜନ ପିଲାମାନେ ଏ ବର୍ଷ ପଢ଼ିବାର ସୁଯୋଗ ପାଇ ପାରିବେ । ତେଣୁ ଟିକାବାଲି ଗ୍ରାମବାସୀ, କଲେଜ ପରିଚାଳନାର ସଭାପତି ଲଳିତେନ୍ଦୁ ପ୍ରଧାନ, ସଦସ୍ୟ, ସଦସ୍ୟା, ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, କଲେଜର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ବ୍ରହ୍ମହପୁରର ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

19 − fourteen =