ପୁରୁଷୋତ୍ତମପୁର ପୌର ନିର୍ବାଚନ ନିମନ୍ତେ ତହସିଲ ଓ ବିଜ୍ଞାପିତ ପ୍ରଶାସନ ଚଞ୍ଚଳ

0 49

ଗଞ୍ଜାମ : ସରିଛି ପ୍ରଚାର ଆଉ ମାତ୍ର ଗୋଟିଏ ଦିନ ପରେ ସାରା ରାଜ୍ୟରେ ଭୋଟଦାନ କରାଯିବ । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ୟାୟାୟରେ ପହଂଚିଛି । ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରୀପାଠୀ ଆଜି ନିଜ କାର୍ଯ୍ୟାଳୟରେ ନିର୍ବାଚନ ଦାୟିତ୍ୱରେ ଥିବା କର୍ମାଚାରୀଙ୍କ ସହ ଏକ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି । ୧୫ଟି ବୁଥ୍‌ ଗଠନ କରାଯାଇଥିବା ବେଳେ ୪ନମ୍ବର ୱାର୍ଡର ବାଳିକା ଉଚ୍ଚ ବିଦ୍ୟାଳୟକୁ ପିଙ୍କ ବୁଥ ଏବଂ ୮ନମ୍ବର ୱାର୍ଡର ନରସିଂହଦାଶ ଆଦର୍ଶ ବୁଥ ରୁପେ ଚିହ୍ନଟ କରାଯାଇଛି । ୨ଜଣ ସେକ୍ଟର ଅଧିକାରୀ, କର୍ମଚାରୀଙ୍କ ସମେତ ପୋଲିସ ବାହିନୀ ମିଶାଇ ମୋଟ ୧୦୨ଜଣ ନିୟୋଜିତ ଥିବା ବେଳେଭୋଟ ଗ୍ରହଣ କେନ୍ଦ୍ରକୁ ବାହାରି ସାରିଥିବା ସୂଚନା ଦେଇଛନ୍ତି ତହସିଲଦାର ନିତିଶ ତ୍ରିପାଠୀ । ଭୋଟର କିପରି ଶାନ୍ତି ଶୃଙ୍ଖଳାରେ ଭୋଟ ପ୍ରକ୍ରିୟାର ଅଧିକାର ସାବ୍ୟସ୍ତ କରିପାରିବେ ସେନେଇ ଆଲୋଚନା କରିବା ସହ ଭୋଟିଂ ମେସିନ ସୁରକ୍ଷା ନେଇ ତଦାରଖ କରିଛନ୍ତି । ସୂଚନା ମୁତାବକ ପୁରୁଷୋତ୍ତମପୁର ବିଜ୍ଞାପିତ ଅଂଚଳ ପରିଷଦ ମୋଟ ୧୪ଟି ୱାର୍ଡ ପାଇଁ ୩୮ଜଣ କାଉନସିଲର ପ୍ରାର୍ଥୀ ଏବଂ ୪ଟି ପୌରାଧ୍ୟକ୍ଷ ପ୍ରାର୍ଥିନୀ ବିଜେଡିର ରଶ୍ମି ରେଖା ତ୍ରିପାଠୀ ଏବଂ ବିଜେପିର ପ୍ରତିଭା ପଟ୍ଟନାୟକ, କଂଗ୍ରେସର ସୁଚରିତା ସାହୁ, ଏବଂ ସ୍ୱାଧୀନ ପାର୍ଥୀ ପ୍ରିୟଙ୍କା ଗୌଡ଼ ନିର୍ବାଚନ ମଇଦାନକୁ ଓହ୍ଲଇଛନ୍ତି । ଏହି ପରିଷଦରେ ୨୪ତାରିଖ ଦିନ ୧୨୫୯୩ ଭୋଟର ନିଜର ମତଦାନକୁ ସାବ୍ୟସ୍ତ କରିବେ, ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ, ଥାନାଧିକାରୀ ପିୟୁଷ ଛୋଟରାୟ ଓ ଥାନା ଷ୍ଟାଫ ସଜାଗ ରହିଛନ୍ତି । ତେବେ ଆସନ୍ତାକାଲି ଏଭିଏମରେ ସିଲ ହୋଇ ରହିବ ସବୁ କାଉନସିଲର ଏବଂ ଅଧକ୍ଷା ପାର୍ଥୀଙ୍କର ଭାଗ୍ୟ ଭବିଷ୍ୟତ, କିଏ ପାଇବ ୫ ବର୍ଷ ଯାଏଁ ପୌରଧ୍ୟକ୍ଷା ମୁକୁଟ ତାହା ଆସନ୍ତା ୨୬ ତାରିଖ ଦିନ ଜଣା ପଡିବ ।

hiranchal ad1
Leave A Reply

Your email address will not be published.

eight + 8 =