ଭୋଟ ସମୟରେ ନେତାଙ୍କ ପ୍ରତିଶ୍ରୁତି ପାଣିର ଗାର, ରାସ୍ତା ମରାମତି ଓ ଡ୍ରେନ ନିର୍ମାଣ ଦାବି କଲେ ଗ୍ରାମବାସୀ

0 77

ପାଟଣାଗଡ : କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ଗାଁକୁ ପକ୍କାଘର ରାସ୍ତା,ପ୍ରଧାନମନ୍ତ୍ରୀ ସଡକ ଯୋଜନା, ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ଭଳି ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରିଥାନ୍ତି,କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉଦାସୀନ ମନୋଭାବ ଯୋଗୁଁ ତାହା କାଗଜକଲମରେ ସୀମିତ ରହୁଥୁବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକର ମାଳିମୁଣ୍ଡା ଗାଁ ରାସ୍ତାରେ କାଦୁଅ ପାଣି ଜମା ହେଉଥିବା ଯୋଗୁ ଗାଁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମାଳିମୁଣ୍ଡା ଗ୍ରାମର ଉପରପଡା ଗାଁ ମଝି ରାସ୍ତାରେ ପାଣି ଜମା ହେଉଛି । ଫଳରେ ପଡବାସୀଙ୍କ ସମେତ ପ୍ରତିଦିନ ଏହି ରାସ୍ତା ଉପରେ ଶହଶହ ଲୋକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଯାତାୟାତ ବେଳେ ବହୁ ଅସୁବିଧାକୁ ସାମ୍ନା କରୁଛନ୍ତି । ରାସ୍ତାର ପାଣି ନିଷ୍କାସନ ପାଇଁ ଡ୍ରେନ ସୁବିଧା ନଥିବାରୁ ପାଣି ଜମି ଦୁର୍ଗନ୍ଧ ହେବା ସହ ମଶା ମାଛି ବ୍ୟାପିବା ସାଙ୍ଗକୁ ବିଭିନ୍ନ ରୋଗ ବ୍ୟାପି ରୋଗକ୍ରାନ୍ତ ହେଉଥିବା ଜଣାପଡିଛି । ଏହି ରାସ୍ତାରେ ଡ୍ରେନ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ୍‌ କୌଣସି ସୁଫଳ ମିଳିନି । ଭୋଟ ସମୟରେ ନେତାଙ୍କ ଅମ୍ବବଉଳ ଓ ମାଛ ଅଣ୍ଡା ସଦୃଶ ପ୍ରତିଶ୍ରୁତି ପାଣିରଗାର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ର ମରାମତି କରିବା ସହ ଡ୍ରେନ ନିର୍ମାଣ କରିବାକୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 1 =