ସୁବର୍ଣ୍ଣପୁର ଠାରେ ପଏଁରୀ ତିହାର ଉଦଯାପିତ

0 97

ସୁବର୍ଣ୍ଣପୁର: ନୃତ୍ୟ ଓ ସଂଗୀତର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପଏଁରୀ ତିହାର ଆଜି ସ୍ଥାନୀୟ ଭୀମ ଭୋଇ କଳା ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇ ଯାଇଛି । ପଏଁରୀ ଓ ସଂସ୍କୃତି ବିଭାଗ ଭାରତ ସରକାର, ସଂଗୀତ ଏକାଡେମୀ ନୂଆଦିଲ୍ଲୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଭାରତ ସରକାର ଓ ଜ଼ିଲ୍ଲା ସଂସ୍କୃତି ବିଭାଗର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଉତ୍ସବକୁ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସୁବର୍ଣ୍ଣପୁରର ଭେଟେରାନ କଳାକାର ଶ୍ରୀମତୀ କୁନ୍ତୀ ସାହୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାର ନୂତନ ସଂସ୍କୃତି ଅଧିକାରୀ ମିସ ଯମୁନା ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ତଥା ପ୍ରାକ୍ତନ ମାତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ନାଟ୍ୟଶ୍ରୀ ଗଦାଧର ବାରିକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସ୍ୱଚ୍ଛ ଭାରତ ସଭାପତି ଲଷ୍ମୀ ନାରାୟଣ ମେହେର ଯୋଗ ଦେଇ ଏ ଅଞ୍ଚଳର ଲୋକ କଳା ଓ ଲୋକ ସଂସ୍କୃତିକୁ ପ୍ରଚାର ପ୍ରସାର ମାଧ୍ୟମରେ ବଞ୍ଚାଇ ଉଜ୍ଜୀବିତ କରି ରଖିଛି ଏହି ତିହାର ବୋଲି କହିଥିଲେ । ସକାଳ ୧୦ ଘଣ୍ଟା ବେଳେ ମା ସୁରେଶ୍ୱରୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଦିବା ୧୨ ଘଣ୍ଟାରେ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକ କଳାକାରଙ୍କ ଦ୍ୱାରା ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟା ୫ଘଣ୍ଟା ବେଳେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଏକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରି ସାଂସ୍କୃତିକ ଚେତନାର ବାର୍ତ୍ତା ବହ ପଏଁରୀ ତିହାର ବୋଲି ମତ ରଖି ମଣିଷ ଜନ୍ମ ଭାଗ୍ୟ ପୁଣି କଳାକାର ହେବା ସୌଭାଗ୍ୟ ଓ ଏବଂ ସଂସ୍କୃତିର ଧାରା ହିଁ ଗୋଟାଏ ଦେଶର ଅଭିବୃଦ୍ଧିର ପରିଚୟ ଦେଇଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନବନିର୍ବାଚିତ ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ, ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶକ ଶରତ କୁମାର ବେହେରା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ନାଟ୍ୟଶ୍ରୀ ଗଦାଧର ବାରିକ, ଅଭିମନ୍ୟୁ କୁଶଳ ଯୋଗ ଦେଇ କଳାକାରଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ସୁବର୍ଣ୍ଣପୁର ଜ଼ିଲ୍ଲାର ପଏଁରୀ, ବିନିକା, ମେଣ୍ଡାମାଲ, ଡାଲଡବା, ବଲାଙ୍ଗୀର ଜ଼ିଲ୍ଲାର ତୁଷୁରା, ବାରଗଡ଼, ଛତିଶଗଡ଼ ବିଭିନ୍ନ ଜ଼ିଲ୍ଲା ତଥା ରାଜ୍ୟରୁ କଳାକାର ଯୋଗ ଦେଇ ଆକର୍ଷଣୀୟ ନାଚ ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ସଭାପତି ଲଡ଼ୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ସମ୍ପାଦକ ଚୌଧୁରି ବିଭାର ସଂଯୋଜନା କରିଥିଲେ । ଜ଼ିଲ୍ଲାର ଦଣ୍ଡ ସମ୍ରାଟ ରସିକ ସାହୁ, କୃଷ୍ଣ ଗୁରୁ ସଂଗୀତକାର କୁନ୍ତୀ ସାହୁ, ଓ ଫୋକ ମ୍ୟୁଜିସିଆନ ନଥିଲା ଖପରଧୁଆଙ୍କୁ ପଏଁରୀ ସମ୍ମାନରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସକ୍ରିୟ ସଭ୍ୟ ସନ୍ତୋଷ ମିଶ୍ର, ସୁଶାନ୍ତ ସାହୁ, ଗୋପାଳ ମେହେର, ପୃଥ୍ୱୀରାଜ ବାଘ, ସନ୍ତୋଷ ପାଢ଼ୀ, ଗୌରୀ ରଥ ପ୍ରମୁଖ ସହଯୋଗ କରିଥିଲେ । ସଭା ଶେଷରେ କୋଷାଧ୍ୟକ୍ଷ ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

6 − 5 =