ଶାଳ କାଠ ବୋଝେଇ ଟ୍ରକ ଜବତ, ୨ କୋର୍ଟ ଚାଲାଣ

0 147

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସମ୍ପଦ ଦିନକୁ ଦିନ ଲୋପ ପାଉଛି । କାଠ ମାଫିଆ ମାନେ ଭିନ୍ନ ଭିନ୍ନ ତରିକାରେ ଜଙ୍ଗଲର ବଡ ବଡ ଗଛ କାଟି କାଠ ଗଣ୍ଡି ସହ ପଟା ଚୋରି କରି ନେଉଛନ୍ତି ଓ ଜଙ୍ଗଲ ନଷ୍ଟ କରୁଛନ୍ତି । ଏହିପରି ଏକ କାଠ ମାଫିଆ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଜି କରଡ଼ା ରେଞ୍ଜ ବନ ବିଭାଗ ଧରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ରାଇକିଆ ବ୍ଲକ ଅଧିନରେ ଥିବା କରଡା଼ ରେଞ୍ଜ ରଣବା ସେକ୍ସନ ଡେଙ୍ଗା ଖମଣ ଜଙ୍ଗଲରୁ ଶାଳ ଗଣ୍ଡି ବୋଝେଇ ଟ୍ରକ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବାରବା ବନ ବିଭାଗ । ଗିରଫ ଦୁଇ ଜଣ ହେଲେ ମହାଦେବ ବିଷୋୟୀ (୫୬)ଗ୍ରାମ ଅମ୍ବୁତୁଲୁ ଏବଂ ଭବବାନ ବେହେରା (୩୦)ଙ୍କ ଗ୍ରାମ ବଡ଼ଗଡ଼ । ଅଭିଯୁକ୍ତ ଦୁଇଜଣ ସୋରଡ଼ା ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ରଣବା ସେକ୍ସନ ଡେଙ୍ଗା ଖମଣ ଜଙ୍ଗଲରେ ଶାଳ କାଠ ୪୦୭ ଟ୍ରକରେ ଲୋଡକରି ନେବା ବେଳେ ବଡ଼ବାରବା ବନ ବିଭାଗ ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଫରେଷ୍ଟ ସୁବାଶ ଦିଗାଲ , ଫରେଷ୍ଟ ଗାର୍ଡ ଅକ୍ଷୟ କହଁର ଘଟଣା ସ୍ଥଳରେ ପହଞ୍ଚି କାଠ ବୋଝେଇ ୪୦୭ ଟ୍ରକ ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିି । ଗିରଫ ପରେ ସେମାନଙ୍କୁ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପରୀକ୍ଷା କରାଯାଇଥିଲା ପରେ ସେମାନଙ୍କୁ ସ୍ଥାନୀୟ ଅତିରିକ୍ତ ବିଚାର ବିଭାଗୀୟ ବିଚାରପତିଙ୍କ ନିକଟରେ ଉପସ୍ଥିତ କରାଯାଇଥିଲା । ସେଠାରୁ ଦୁଇ ଅଭିଯୁକ୍ତଙ୍କୁ କାରାଗାର କୁ ପ୍ରେରଣ କରାଯାଇଥିବା ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

5 × 1 =